ନଓ୍ବାବ ମଲିକଙ୍କ ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଓ୍ବାବ ମଲିକଙ୍କ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ), ୨୦୦୨ ଅଧୀନରେ ନଓ୍ବାବ ମଲିକଙ୍କ ଆଠଟି ସମ୍ପତ୍ତି ଜବତ କରିଛି |

ଫେବୃଆରୀ ୨୩ରେ ଇଡି ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ ଏବଂ ତାର କିଛି ଘନିଷ୍ଠ ସହଯୋଗୀଙ୍କ ସ‌ହ ଅର୍ଥ କାରବାର ଅଭିଯୋଗରେ ୬୨ ବର୍ଷୀୟ ନଓ୍ବାବ ମଲିକଙ୍କୁ ଗିରଫ କରିଥିଲା ।

Comments are closed.