ମହାରାଷ୍ଟ୍ରର ମନ୍ତ୍ରୀ ଅନିଲ ପରବଙ୍କ ୭ଟି ଠିକଣାରେ ଇଡିର ଚଢ଼ାଉ

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଅନିଲ ପରବଙ୍କ ୭ଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଚଢ଼ଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା। ଏହା ପରେ ପୁଣେ ଏବଂ ମୁମ୍ବାଇରେ ରେଡ୍ ଚାଲିଛି |

ଅନିଲ ପରବଙ୍କ ବିରୋଧରେ ଅମ୍ବାନୀ ବୋମା ଧମକ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ସଚିନ ୱାଜେ ବହୁ ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ। ଯେଉଁଥିରେ ସବୁଠାରୁ ବଡ ଅଭିଯୋଗ ଥିଲା ଯେ ଅନିଲ ପରବ ଅନେକ ମାମଲାରେ କୋଟି କୋଟି ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କ ବିରୋଧରେ ପ୍ରାୟ ୫୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗ ଆସିଥିଲା। ଏଥିସହିତ, ଟ୍ରାନ୍ସଫର-ପୋଷ୍ଟିଂ ମାମଲାରେ ସେ ଲଗାତାର ଲାଞ୍ଚ ନେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା।

Comments are closed.