ବାଇଜୁସର ମାଲିକଙ୍କ ବିରୋଧରେ ଇଡିର ଲୁକ୍ଉଆଟ୍ ନୋଟିସ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଡଟେକ୍ କମ୍ପାନୀ “ବାଇଜୁସ”ର ମାଲିକ ତଥା ସିଇଓ ବାଇଜୁ ରବ୍ରିନ୍ଦନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଇଡି ରବ୍ରିନ୍ଦନଙ୍କ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗର ହୋଇଛି । ସେ ଯେପରି ଦେଶ ଛାଡ଼ି ନ ଯିବେ ସେଥିପାଇଁ ତାଙ୍କ ବିରୋଧରେ ଲୁକ୍ଉଆଟ୍ ନୋଟିସ୍ ଜାରି କରିବାକୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ)କୁ କହିଛି ଇଡି ।

ରବିନ୍ଦ୍ରନଙ୍କ ବିରୋଧରେ ପୂର୍ବରୁ ‘ଏଲ୍ଓସି ଅନ୍ ଇଣ୍ଟିମେସନ୍’ ଜାରି କରିସାରିଛି ଇଡି । ଯେତେବେଳେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଲ୍ଓସି ଅନ୍ ଇଣ୍ଟିମେସନ୍ ଜାରି ହୁଏ, ସେ ବିଦେଶ ଗସ୍ତରେ ଗଲେ ଏନେଇ ଇମିଗ୍ରେସନ୍ ଅଧିକାରୀ ତଦନ୍ତକାରୀ ସଂସ୍ଥାକୁ ସୂଚନା ଦିଅନ୍ତି । ତେବେ ଲୁକ୍ଉଆଟ୍ ନୋଟିସ୍ ଜାରି ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଶ ଛାଡ଼ି ଯିବାକୁ ଅନୁମତି ଦିଆଯିବ ନାହିଁ ।

ଇଡି ବାଇଜୁସ୍ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗର ତଦନ୍ତ କରୁଛି। ଏହି ମାମଲାରେ ତିନି ମାସ ପୂର୍ବେ ଇଡି ରବିନ୍ଦ୍ରନ ଓ ଥିଙ୍କ୍ ଆଣ୍ଡ୍ ଲର୍ନ ପ୍ରାଇଭେଟ ଲିମିଟେଡକୁ ନୋଟିସ୍ ପଠାଇଥିଲା।ବାଇଜୁସ୍ ଫେମା ଆଇନ ଉଲ୍ଲଂଘନ କରି ଭାରତ ବାହାରେ ପୁଞ୍ଜି ନିବେଶ କରିଥିବା ଅଭିଯୋଗ ହୋଇଛି।

ଏକଦା ଅଗ୍ରଣୀ ଷ୍ଟାର୍ଟଅପ୍ କମ୍ପାନୀ ଭାବେ ପରିଗଣିତ ହେଉଥିବା ‘ବାଇଜୁସ’ର କ୍ଷତି ଏବେ ବଢ଼ିବାରେ ଲାଗିଛି । ୨୦୨୧ ଆର୍ଥିକ ବର୍ଷରେ କମ୍ପାନୀର କ୍ଷତି ଥିଲା ୪,୫୭୪ କୋଟି । ତେବେ ୨୦୨୨ ମସିହାରେ କ୍ଷତି ପରିମାଣ ପ୍ରାୟ ଦୁଇ ଗୁଣା ବଢ଼ି ୮,୨୪୫ କୋଟି ହୋଇଥିଲା । ଏବେ କମ୍ପାନୀ ନିଜ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହିଁ ।

Comments are closed.