ଦିଲ୍ଲୀ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡ଼ିରେ ହାଜର ହେବେ । ହେଲେ ତା’ପୂର୍ବରୁ ଦିଲ୍ଲୀର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢ଼ାଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ କେନ୍ଦ୍ରୀୟ ସଂସ୍ଥା ଆନନ୍ଦଙ୍କ ଘର ସହ ୯ଟି ସ୍ଥାନରେ ତଲାସି କରୁଛି ।

ରାଜକୁମାର ଆନନ୍ଦ ୨୦୨୦ରେ ପ୍ରଥମ ଥର ପାଇଁ ପଟେଲ ନଗର ଆସନରୁ ବିଧାୟକ ହୋଇଥିଲେ। ଏହାପୂର୍ବରୁ ତାଙ୍କ ପତ୍ନୀ ବୀଣା ଆନନ୍ଦ ମଧ୍ୟ ସେହି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ରାଜକୁମାର ଆନନ୍ଦ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ସ୍ଥାନରେ କେଜ୍ରିୱାଲ କ୍ୟାବିନେଟରେ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ ଅବକାରୀ ଦୁର୍ନୀତି ମାମଲାରେ ଇଡି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ୍ କରିଛି। କେଜ୍ରିୱାଲ ଗୁରୁବାର ଇଡି ନୋଟିସର ଜବାବ ଦେଇଛନ୍ତି । ତାଙ୍କୁ ଜାରି ହୋଇଥିବା ଇଡି ନୋଟିସ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କେଜ୍ରିୱାଲ କହିଛନ୍ତି । ଚାରିଟି ରାଜ୍ୟରେ ନିର୍ବାଚନ ପ୍ରଚାରରୁ ମୋତେ ରୋକିବା ପାଇଁ ବିଜେପିର ଏହା ଏକ ଚକ୍ରାନ୍ତ ବୋଲି ସେ କହିଛନ୍ତି ।

Comments are closed.