ମନରେଗା ପାଣ୍ଠି ଆତ୍ମସାତ୍ ମାମଲାରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଇଡିର ଚଢ଼ାଉ

କୋଲକାତା: ମନରେଗା ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି‌ । ସୂଚନା ମୁତାବକ ସଲ୍ଟ ଲେକ୍ ଆଇଏ ବ୍ଲକରେ ଥିବା ପୂର୍ବତନ ବିଡିଓଙ୍କ ବାସଭବନରେ ରେଡ୍ କରିଛି କେନ୍ଦ୍ରୀୟ ସଂସ୍ଥା । ଏହାଛଡ଼ା ହୁଗଲି ଜିଲ୍ଲାର ଚିନ୍ସୁରାରେ ଜଣେ ବ୍ୟବସାୟୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ବି ଚଢ଼ାଉ ହୋଇଛି।

ମୁର୍ସିଦାବାଦ ଜିଲ୍ଲାର ବହରାମପୁରରେ ଜଣେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଘରେ ମଧ୍ୟ ତଲାସି ଚାଲିଛି। ଜଣେ ଅଧିକାରୀ କହିଛନ୍ତି, ପୂର୍ବତନ ବିଡ଼ିଓଙ୍କ ହୁଗଲି ଜିଲ୍ଲାର ଧାନିଆଖାଲିରେ ପୋଷ୍ଟିଂ ବେଳେ ଅନିୟମିତତା ହୋଇଥିଲା । ମନରେଗା ପାଣ୍ଠିର ଆବଣ୍ଟନରେ ଅନିୟମିତତାର ପ୍ରମାଣ ପରେ ଏହି ଚଢ଼ାଉ କରାଯାଇଥିବା ସେ କହିଛନ୍ତି । ଏହି ଅନିୟମିତତା ଅଭିଯୋଗ ମନରେଗା ଅଧୀନରେ ରାଜ୍ୟରେ ଜାରି କରାଯାଇଥିବା ପ୍ରାୟ ୨୫ ଲକ୍ଷ “ନକଲି” ରୋଜଗାର କାର୍ଡ ସହ ଜଡ଼ିତ ବୋଲି ସେ ଦାବି କରିଛନ୍ତି ।

Comments are closed.