ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜାଙ୍କ ଠିକଣାରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ପଞ୍ଜାବର ବେଆଇନ ବାଲି ଖନନକାରୀ କମ୍ପାନୀ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଏଜେନ୍ସି ଦ୍ୱାରା ଚଢାଉ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନି। ମଙ୍ଗଳବାର ସକାଳେ ଭୁପିନ୍ଦର ସିଂ ହନିଙ୍କ ଘର ଓ କାର୍ଯ୍ୟାଳୟ ସହ ଅନ୍ୟ ୧୦ ଟି ସ୍ଥାନରେ ଏଜେନ୍ସି ତରଫରୁ ଚଢାଉ ହୋଇଛି। ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ରାଜନୈତିକ ହଟଚମଟ ସୃଷ୍ଟି କରିବା ସମ୍ଭାବନା ରହିଛି | ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚନ୍ନି ବା କଂଗ୍ରେସର ଅନ୍ୟ କୌଣସି ନେତାଙ୍କ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ନାହାନ୍ତି।

Comments are closed.