ଇଡି ଚଢ଼ାଉ ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ମିଳିଲା ଦୁଇଟି ଏକେ-୪୭ ରାଇଫଲ

ରାଞ୍ଚି: ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ରାଞ୍ଚିରେ ଚଢ଼ାଉ ବେଳେ ଏକ ଘରୁ ଦୁଇଟି ଏକେ-୪୭ ରାଇଫଲ ଜବତ କରିଛି । ଯେଉଁ ଘରୁ ଏକେ-୪୭ ରାଇଫଲ ମିଳିଛି ତାହା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କର ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ କିମ୍ବା ସୋରେନ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହି ଅସ୍ତ୍ରଶସ୍ତ୍ର ବେଆଇନ ଭାବେ ଅଣାଯାଇଛି କି ନୁହେଁ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ କେନ୍ଦ୍ରୀୟ ଏଜେନ୍ସି ଏହାକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡ, ପଡୋଶୀ ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରର ୨୦ଟି ସ୍ଥାନରେ ଚ ଚଢ଼ାଉ ଚାଲିଛି।

ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ରାଜନୈତିକ ସହାୟକ ପଙ୍କଜ ମିଶ୍ର ସହଯୋଗୀ ବଚ୍ଚୁ ଯାଦବ ଇଡିଙ୍କୁ ଦେଇଥିବା ବୟାନ ଆଧାରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା । ବଚ୍ଚୁ ଯାଦବ ସମ୍ପ୍ରତି ଜେଲରେ ଅଛନ୍ତି। ଜୁଲାଇ ୮ରେ ପଙ୍କଜ ମିଶ୍ର ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଇଡି ଝାଡଖଣ୍ଡର ୧୯ଟି ସ୍ଥାନ ଉପରେ ଚଢ଼ାଉ କରିଥିଲା। ମାର୍ଚ୍ଚରେ ଏଜେନ୍ସି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏଳନ ଅନୁଯାୟୀ ମିଶ୍ର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ​​ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସି ଅଭିଯୋଗ କରିଥିଲା ଯେ ସେମାନେ ବେଆଇନ ଭାବେ ବହୁତ ସମ୍ପତ୍ତି ଠୁଳ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜୁଲାଇ ମାସରେ ହୋଇଥିବା ଚଢ଼ାଉ ପରେ ଇଡି ୫୦ ବ୍ୟାଙ୍କ ଆକାଉଣ୍ଟରେ ୧୩.୩୨ କୋଟି ଟଙ୍କା ଜବତ କରିଛି।

Comments are closed.