ଆଇଟି ରେଡ୍ ପରେ ବିବିସି ବିରୋଧରେ ଇଡି ଆକ୍ସନ୍ ! ବିଦେଶୀ ଫଣ୍ଡିଂ ଅନିୟମିତତା ଅଭିଯୋଗରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆୟକର ବିଭାଗ ରେଡ୍ ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ବିବିସି । ବିଦେଶୀ ମୁଦ୍ରା ବିନିମୟ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ବିବିସି ଇଣ୍ଡିଆ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ମାମଲା ରୁଜୁ କରିଛି। ପ୍ରଥମ ଥର ପାଇଁ ଭାରତରେ ବିବିସି ବିରୋଧରେ ଏଭଳି ଆକ୍ସନ୍ ନିଆଯାଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଡି ବିବିସିର କିଛି ଅଧିକାରୀଙ୍କୁ ଫେମା ଆଇନ ଅନୁଯାୟୀ କମ୍ପାନୀ ସହ ଜଡିତ କିଛି ଦସ୍ତାବିଜ ଓ ବିସ୍ତୃତ ବିବରଣୀ ଦାଖଲ କରିବାକୁ କହିଛି।

ଚଳିତ ବର୍ଷ ଫେବୃଆରୀରେ ଆୟକର ବିଭାଗର ଅଧିକାରୀମାନେ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି ଅଫିସରେ ପ୍ରାୟ ଦୁଇ ଦିନ ଧରି ସର୍ଭେ କରିଥିଲେ । ଏ ବାବଦରେ ଏକ ବିବୃତ୍ତିରେ ଆୟକର ବିଭାଗ କହିଥିଲା ଯେ ଯାଞ୍ଚ୍ ବେଳେ ବିଦେଶୀ ଫଣ୍ଡିଂ ନେଇ କିଛି ଅନିୟମିତତା ଧରାପଡ଼ିଛି ।

ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ନେଇ ବିବିସି ଦ୍ବାରା ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ପ୍ରସାରଣର କିଛି ଦିନ ପରେ ଆୟକର ବିଭାଗର ରେଡ୍ ହୋଇଥିଲା ।

Comments are closed.