କୋଇଲା ଦୁର୍ନୀତି ମାମଲାରେ ଅଭିଷେକ ବାନାର୍ଜୀ ଓ ପତ୍ନୀଙ୍କୁ ଇଡିର ସାନି ସମନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତିରେ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ସାନି ସମନ ଜାରି କରିଛି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏବଂ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଆସନ୍ତା ସପ୍ତାହରେ ଦିଲ୍ଲୀରେ ଅନୁସନ୍ଧାନ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ଅଭିଷେକଙ୍କୁ ଆସନ୍ତା ମାର୍ଚ୍ଚ ୨୧ ରେ ଏବଂ ତାଙ୍କ ପତ୍ନୀଙ୍କୁ ତା’ ପରଦିନ ହାଜର ହେବାକୁ କୁହାଯାଇଛି।

ଇଡିରେ ହାଜର ହେବା ପାଇଁ ସମନକୁ ଚ୍ୟାଲେଞ୍ଜ କରି ଅଭିଷେକ ଦାୟର କରିଥିବା ପିଟିସନକୁ ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଗତ ବର୍ଷ ସେପ୍ଟେମ୍ବର ୧୦ ରେ ଏହି ଦମ୍ପତିଙ୍କୁ ଜାତୀୟ ରାଜଧାନୀରେ ଇଡି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା।

ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ଦିଲ୍ଲୀରେ ହାଜର ହେବା ପାଇଁ ସେମାନଙ୍କୁ ସମନ ଜାରି କରାଯିବା ଉଚିତ ନୁହେଁ ବୋଲିଏହି ଦମ୍ପତ୍ତି କୋର୍ଟରେ ଯୁକ୍ତି କରିଥିଲେ।

ଆସାନସୋଲର ସ୍ଥିତ କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଇଷ୍ଟର୍ନ କୋଇଲଫିଲ୍ଡସ୍ ଲିମିଟେଡର ଖଣି ଦୁର୍ନୀତି ମାମଲା ସମ୍ବନ୍ଧରେ ନଭେମ୍ବର ୨୦୨୦ରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ ଆଧାରରେ ଇଡି ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

Comments are closed.