ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଆଉ ଜଣେ ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିଲ୍ଲୀ ସରକାରର ଆଉ ଜଣେ ମନ୍ତ୍ରୀ କୈଳାଶ ଗେହଲୋଟଙ୍କୁ ସମନ କରିଛି। ନଜଫଗଡର ଆପ୍ ବିଧାୟକ କୈଳାଶ ଗେହଲୋଟ୍ (୪୯) ସମ୍ପ୍ରତି ଦିଲ୍ଲୀର ପରିବହନ ଓ ଆଇନ ମନ୍ତ୍ରୀ ଅଛନ୍ତି। ସୂତ୍ରରୁ ପ୍ରକାଶ, ଗେହଲଟଙ୍କୁ ଏହି ମାମଲାରେ ହାଜର ହୋଇ ନିଜ ବୟାନ ରେକର୍ଡ କରିବାକୁ କୁହାଯାଇଛି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ଆପର ଦୁଇ ବରିଷ୍ଠ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ଉଭୟ ସମ୍ପ୍ରତି ଜେଲରେ ଅଛନ୍ତି।

Comments are closed.