ନାମ ଫଳକ ଓଡ଼ିଆ ଭାଷାରେ ଲେଖିବାକୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ

ଭୁବନେଶ୍ୱର:ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ନାମ ଫଳକ ଓଡ଼ିଆରେ ଲେଖିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ତିନି ସପ୍ତାହ ସମୟ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସବୁ ଅଧିକାରୀଙ୍କ ନାମ ଫଳକ ମଧ୍ୟ ଓଡ଼ିଆର ରହିବ । ଏ ବାବଦରେ ଉନ୍ନୟନ କମିସନର ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନ ଗୁଡିକର ନାମ ଓଡ଼ିଆରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ବିଦ୍ୟାଳୟଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଦେଶର ପ୍ରତ୍ୟେଳ ରାଜ୍ୟରେ ଶିକ୍ଷାନୁଷ୍ଠାନ ନାମଫଳକ ଇଂରାଜୀ ସହ ଆଞ୍ଚଳିକ ଭାଷାରେ ଲେଖାଯାଉଛି। ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖିଲେ ଓଡ଼ିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ତିନି ସପ୍ତାହ ମଧ୍ୟରେ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି।

Comments are closed.