ଗୁଜରାଟ: ‘ମୋଦୀ ହଟାଅ’ ପୋଷ୍ଟର ଲଗାଇବା ଅଭିଯୋଗରେ ୮ ଆପ୍ କର୍ମୀ ଗିରଫ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଅଭିଯୋଗରେ ଗୁଜରାଟ ପୋଲିସ ଆଠ ଜଣ ଆମ୍ ଆଦମୀ ପାର୍ଟି (ଆପ୍) କର୍ମୀଙ୍କୁ ଗିରଫ କରିଛି। ପୋଷ୍ଟରରେ ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଲେଖାଯାଇଥିଲା ।

ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଆମ୍ ଆଦମୀ ପାର୍ଟି କହିଛି ଯେ ଏଥିରୁ ‘ଗଣତନ୍ତ୍ର ବିପଦରେ’ ପଡିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି।

ଅହମ୍ମଦାବାଦ ପୋଲିସର କ୍ରାଇମ ବ୍ରାଞ୍ଚ ଶାଖା କହିଛି, ଗିରଫ ହୋଇଥିବା ଲୋକମାନେ ଗୁରୁବାର ଅହମ୍ମଦାବାଦର ଅନେକ ଅଞ୍ଚଳରେ ‘ମୋଦୀ ହାଟାଅ, ଦେଶ ବଞ୍ଚାଅ’ ପୋଷ୍ଟର ଲଗାଇଥିଲେ ।

ଏନେଇ ଅହମ୍ମଦାବାଦର ବିଭିନ୍ନ ପୋଲିସ ଥାନାରେ ମାମଲା ରୁଜୁ କରାଯାଇଥିଲା। ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଅଭିଯୋଗରେ ପୋଲିସ ଏହି ଲୋକଙ୍କୁ ଗିରଫ କରିଛି।

ଗୁଜରାଟ ଆମ୍ ଆଦମୀ ପାର୍ଟିର ଉପସଭାପତି ସାଗର ରବାରୀ କହିଛନ୍ତି, ଆମେ ଗୁରୁବାର ଅନେକ ରାଜ୍ୟରେ ଏଭଳି ପୋଷ୍ଟର ଲଗାଇଛୁ । କିନ୍ତୁ କେବଳ ଗୁଜରାଟରେ ଆମ କର୍ମକର୍ତ୍ତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Comments are closed.