ଖାଇକୁ ଖସିଲା ଗାଡ଼ି, ୮ ତୀର୍ଥଯାତ୍ରୀ ମୃତ

ଥେନି: ତାମିଲନାଡୁର ଥେନିରେ ତୀର୍ଥଯାତ୍ରୀଙ୍କ ଏକ ଗାଡ଼ି ଘାଟି ତଳକୁ ଖସିପଡ଼ିବାରୁ ଅତି କମରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ସବୁ ତୀର୍ଥଯାତ୍ରୀ ସାବରିମାଲାରୁ ଫେରୁଥିଲେ। ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ କେ.ଭି ମୁରଲୀଧରନ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଶାସନର କହିବାନୁସାରେ, ପାହାଡ଼ିଆ ରାସ୍ତାର ଏକ ବାଙ୍କରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା | ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆଠ ଜଣ ଲୋକ ଜିଲ୍ଲାର ଆଣ୍ଡିପଟ୍ଟି ବାସିନ୍ଦା ଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ଏହି ଲୋକମାନେ ସାବରିମାଲାରୁ ଫେରୁଥିଲେ |

Comments are closed.