୨୦୨୨ ଟି-୨୦ ବିଶ୍ୱକପର ସୁପର-୧୨ ପାଇଁ ଭାରତ ସହ ୮ଟି ଦଳକୁ ସିଧାସଳଖ ଯୋଗ୍ୟତା, ବାଦ୍ ପଡ଼ିଲେ ଓ୍ବେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ଶନିବାର ଏକ ସୁପର-୧୨ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୱେଷ୍ଟଇଣ୍ଡିଜ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ପରେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ସୁପର-୧୨ ପାଇଁ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଖୁସିର ବିଷୟ ଯେ ଚଳିତ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ବେ ଦଳ ପରବର୍ତ୍ତୀ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବ ୮ ଦଳମାନଙ୍କ ମଧ୍ୟରେ ଆୟୋଜକ ଅଷ୍ଟ୍ରେଲିଆ,ର ସହ ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଅଛନ୍ତି ।

ଆଇସିସିର ନିୟମ ଅନୁଯାୟୀ, ଟି-୨୦ ବିଶ୍ୱକପରୁ ସୁପର-୧୨ ର ଶ୍ରେଷ୍ଠ ଆଠଟି ଦଳ ଆଗାମୀ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବେ। ନଭେମ୍ବର ୧୫ ସୁଦ୍ଧା ଆଇସିସି ପୁରୁଷ ଟି-୨୦ ର଼୍ୟାଙ୍କିଙ୍ଗରେ ଅନ୍ୟ ୬ଟି ଦଳ ମଧ୍ୟ ସାମିଲ ହେବାର ଥିଲା। ଶନିବାର ମ୍ୟାଚ୍ ପରେ ଇଂଲଣ୍ଡ, ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଟି-୨୦ ମାନ୍ୟତାରେ ଟପ୍ -୬ରେ ସ୍ଥାନ ବଜାୟ ରଖିବେ। ଏହାଛଡ଼ା ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟ ଟପ୍-୮ ରେ ସ୍ଥାନ ନିଶ୍ଚିତ କରିଥିବାରୁ ଆଗାମୀ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଦୁଇ ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପର ସୁପର-୧୨ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ସେମାନଙ୍କୁ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ପଡିବ ।

Comments are closed.