ଆଜି ଏକନାଥ ସିନ୍ଦେଙ୍କ କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେଇପାରନ୍ତି ୧୮ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରେ। ୧୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି। ଏଥିମଧ୍ୟରୁ ୯ ଜଣ ମନ୍ତ୍ରୀ ବିଜେପି ଏବଂ ୯ ଜଣ ମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ହେବେ। ମହାରାଷ୍ଟ୍ରରେ ଘଟିଥିବା ରାଜନୈତିକ ହଟଚମଟ ପରେ ଜୁନ୍ ୩୦ରେ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ସେବେଠାରୁ ସିନ୍ଦେ ସରକାରର କ୍ୟାବିନେଟ ସମ୍ପ୍ରସାରଣ ବହୁଥର ସ୍ଥଗିତ ରଖାଯାଇଥିଲା।

ମହାରାଷ୍ଟ୍ରରେ ଦୁଇଟି ପର୍ଯ୍ୟାୟରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରେ | ଆଜି ପ୍ରଥମ ପର୍ଯ୍ୟାୟରେ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି। ପୂର୍ବାହ୍ନ ୧୧ଟାରେ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଆଜି ବିଦ୍ରୋହୀ ବିଧାୟକଙ୍କ ଏକ ବୈଠକ ଡାକିଛନ୍ତି ସିନ୍ଦେ କ୍ୟାମ୍ପ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି।

Comments are closed.