ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୭:୩୦ରେ ନେବେ ଶପଥ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଦେବେନ୍ଦ୍ର ଫଡନଭିସ୍ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଏକ ବଡ଼ ଖବର ଆସିଛି । ଦେବେନ୍ଦ୍ର ଫଡନଭିସ୍ ନୁହଁ ବରଂ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଦେବେନ୍ଦ୍ର ଫଡନାଭିସ୍ ନିଜେ ସିନ୍ଦେଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି କେବଳ ସିନ୍ଦେ ହିଁ ଶପଥ ନେବେ ।

ସେ ନୂଆ ସରକାରର ଅଂଶ ହେବେ ନାହିଁ ବୋଲି ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି । ସେ କହିଛନ୍ତି ଯେ ବିଜେପି ଏବଂ ଶିବସେନା ଏକାଠି ୨୦୧୯ ବିଧାନସଭା ନିର୍ବାଚନ ଲଢିଥିଲେ। ବିଜେପି-ଶିବସେନା ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିଲା । କିନ୍ତୁ ଉଦ୍ଧବ ଠାକରେ ଏହି ଜନାଦେଶକୁ ଅସମ୍ମାନ କରି କଂଗ୍ରେସ-ଏନସିପି ସହ ହାତ ମିଳାଇଥିଲେ ।

Comments are closed.