କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସତ୍ୟପାଠ ଯାଞ୍ଚ୍ କରିବାକୁ ସିବିଡିଟିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତିରୁବନନ୍ତପୁରମ୍ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଦ୍ବାରା ଦାଖଲ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ଯାଞ୍ଚ କରିବାକୁ ନିର୍ବାଚନ କମିଶନ ମଙ୍ଗଳବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ନିର୍ଦ୍ଦେଶ ଦେଇଛନ୍ତି।

ଚନ୍ଦ୍ରଶେଖର ସତ୍ୟପାଠରେ ତାଙ୍କ ପ୍ରକୃତ ସମ୍ପତ୍ତି ତଥ୍ୟ ଲୁଚାଇଛନ୍ତି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା କଂଗ୍ରେସ। ଏଥର ଥିରବନନ୍ତପୁରମରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ସହ ହେବ ଚନ୍ଦ୍ରଶେଖରଙ୍କ ମୁକାବିଲା।

ସୂଚନାନୁସାରେ, ଚନ୍ଦ୍ରଶେଖରଙ୍କ ଦ୍ବାରା ଦାଖଲ ସତ୍ୟପାଠରେ ଯେଉଁ ତଥ୍ୟ ଦିଆଯାଇଛି, ସେଥିରେ କୌଣସି ଅସଙ୍ଗତି ସମ୍ପର୍କରେ ଯାଞ୍ଚ କରିବାକୁ ସିବିଡିଟିକୁ କହିଛନ୍ତିି ନିର୍ବାଚନ କମିଶନ।

ସତ୍ୟପାଠରେ ଯେକୌଣସି ପ୍ରକାରର ଅସଙ୍ଗତି ଏବଂ ଭୁଲ ତଥ୍ୟ ମାମଲାରେ ଜନ ପ୍ରତିନିଧୀ ଆଇନ ୧୯୫୧ର ଧାରା ୧୨୫-ଏ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଥାଏ।

ନାମାଙ୍କନ ପତ୍ର କିମ୍ବା ସତ୍ୟପାଠରେ କୌଣସି ସୂଚନା ଲୁଚାଇଲେ ଆଇନ ଅନୁଯାୟୀ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜୋରିମାନା ଅବା ଉଭୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।ପାରେ।

Comments are closed.