ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ନିର୍ବାଚନ ସଂସ୍କାର ବିଲ୍

ନୂଆଦିଲ୍ଲୀ: ନିର୍ବାଚନ ସଂସ୍କାର ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ଏହାପୂର୍ବରୁ ଲୋକସଭାରେ ସୋମବାର ଏ‌ହି ବିଲ୍ ପାସ୍ ହୋଇଥିଲା । ଉଭୟ ଗୃହର ମଞ୍ଜୁରି ପରେ ନିର୍ବାଚନ ସଂସ୍କାର ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି ବିଲ୍ ରେ ଆଧାର ନମ୍ବରକୁ ଭୋଟର ପରିଚୟ ପତ୍ର ସହିତ ସଂଯୋଗ କରିବାର ବ୍ୟବସ୍ଥା ରହିଛି |

ଏହାପୂର୍ବରୁ ଏହି ବିଲ୍ ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଥିଲା । ସେତେବେଳେ କୁହାଯାଇଥିଲା ଯେ ଆଧାରକୁ ଭୋଟର କାର୍ଡ ସହିତ ଯୋଡିବା ଦ୍ୱାରା ଜାଲ୍ ଭୋଟର ପରିଚୟ ପତ୍ର ଦ୍ୱାରା ହୋଇଥିବା ଠକେଇକୁ ରୋକାଯାଇ ପାରିବ। ନିର୍ବାଚନ କମିଶନର ସୁପାରିସ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଥିଲେ।

Comments are closed.