ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ତିନୋଟି ଆସନ ସହ ୫୭ ସିଟ୍ ପାଇଁ ହେବ ଭୋଟ୍

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାର ତିନୋଟି ଆସନ ସହ ୧୫ଟି ରାଜ୍ୟର ଖାଲି ପଡ଼ିଥିବା ୫୭ ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୦ରେ ଭୋଟ୍ ହେବ। ଏଥିମଧ୍ୟରୁ ଉତ୍ତର ପ୍ରଦେଶର ସର୍ବାଧିକ ୧୧ ଟି ଆସନ ରହିଛି ।

ଜୁନ୍ ୧ରେ ନାମାଙ୍କନ ପତ୍ରର ଯାଞ୍ଚ ହେବାକୁ ଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜୁନ୍ ୩ | ସମସ୍ତ ୫୭ଟି ସିଟ୍ ପାଇଁ ଭୋଟ୍ ଜୁନ୍ ୧୦ରେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ହେବ। ଭୋଟ୍ ଗଣତି ମଧ୍ୟ ଜୁନ୍ ୧୦ ଅପରାହ୍ନ ୫ଟାରେ ହେବ ।

Comments are closed.