Odiaଜେଏନୟୁରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର
ଭୁବନେଶ୍ୱର – ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଓଡ଼ିଶା ସରକାର ଓ ଜେଏନୟୁ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଜେଏନୟୁରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପାଇଁ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।ଲୋକସେବା ଭବନରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଏହି [...]
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: କମିଶନରେଟ୍ ପୋଲିସ ମୁଖ୍ୟାଳୟ କୋଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଚିତ୍ର

Odiaବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: କମିଶନରେଟ୍ ପୋଲିସ ମୁଖ୍ୟାଳୟ କୋଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଚିତ୍ର
ଭୁବନେଶ୍ୱର – ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟ କୋଠା କାନ୍ଥରେ ଏବେ ଝଲସୁଛି ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଅନନ୍ୟ ଚିତ୍ର। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ମ୍ୟାପିଙ୍ଗ୍ ପ୍ରୋଜେକ୍ସନ ସୋ’ ଦର୍ଶକମାନଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇପାରିଛି। ଏହାକୁ ଦେଖିବା ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଫେବ୍ରୁଆରୀ ୩ରୁ ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। [...]
Odia‘ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୪୮ ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ- ୨୦୧୮ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ଯ ଏହି ପୁସ୍ତକରେ ସ୍ଥାନିତ [...]
Odiaଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଓଓ୍ବେସିଙ୍କ ଆପତ୍ତି
ହାଇଦ୍ରାବାଦ: ବିଜେପିର ବୟୋଜ୍ୟେଷ୍ଠ ନେତା ଏଲକେ ଆଡଭାନୀଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ନିଷ୍ପତ୍ତିକୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମୀନ୍ (ଏଆଇଏମଆଇଏମ)ର ସଭାପତି ଅସଦୁଦ୍ଦିନ ଓଓ୍ବେସି ବିରୋଧ କରିଛନ୍ତିି । ଏହା ଏକ ଭୁଲ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଡଭାନୀଙ୍କ ‘ରଥ ଯାତ୍ରା’ ଯେଉଁ ଆଡ଼େ ଯାଇଥିଲା ସେହି ସବୁ ଅଞ୍ଚଳରେ ଦଙ୍ଗା ହୋଇଥିଲା। ଏଠାରେ ସାମ୍ବାଦିକମାନଙ୍କୁ ଓଓ୍ବେସି ଦଙ୍ଗା ଜନିତ [...]
Odiaକାଲିଠାରୁ ଷୋଡଶ ବିଧାନସଭାର ଶେଷ ଅଧିବେଶନ , ୮ରେ ଆଗତ ହେବ ଅନ୍ତରୀଣ ବଜେଟ
ଭୁବନେଶ୍ୱର – ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ। ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି। ସ୍ୱଳ୍ପକାଳିନ ଅଧିବେଶନ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଆସନ୍ତା ୮ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ । ଅଧିବେଶନକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହେବ [...]
Odiaକେଜ୍ରିୱାଲଙ୍କୁ ନୋଟିସ୍ ପରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶୀଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍
ନୂଆଦିଲ୍ଲୀ: ବିଜେପି ବିରୋଧରେ ବିଧାୟକ କିଣିବା ଉଦ୍ୟମ ଅଭିଯୋଗ ପରେ ଆମ୍ ଆଦମୀ ପାର୍ଟି (ଆପ୍) ଏବେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ତଦନ୍ତ ଘେରକୁ ଆସିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ କ୍ରାଇମବ୍ରାଞ୍ଚ୍ ଟିମ୍ ରବିବାର ଦିଲ୍ଲୀ ଶିକ୍ଷାମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଅତିଶୀଙ୍କ ଘରେ ବି ନୋଟିସ୍ ଦେଇଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଘରେ [...]
Odiaଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା : ଶୃଙ୍ଖଳିତ ପରିଚାଳନା ପାଇଁ ବୋର୍ଡର ଏକାଧିକ ପଦକ୍ଷେପ
କଟକ – ଚଳିତମାସ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତତ୍ପରତା ପ୍ରକାଶ କରି ଏକାଧିକ ପଦକ୍ଷେପ ଗ୍ରହଣ କରିଛି । ପରୀକ୍ଷାରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ [...]
Odiaବୋଲେରୋ- ଟ୍ରକ ମୁହାଁମୁହିଁ , ୧୨ଗୁରୁତର
ବୌଦ୍ଧ ୦୪ / ୦୨ : ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖବର ଅନୁଯାୟୀ , ସମସ୍ତ ଯାତ୍ରୀ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ବୋଲି ଜଣାପଡିଛି । [...]
Odiaବାଲିଗୁଡ଼ା: ପୋଲିସ ଗୁଳିରେ ମାଓବାଦୀ ମୃତ
ଫୁଲବାଣୀ: ମାଓବାଦୀ ଦମନ ଦିଗରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ କାମେରିକିଆ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଶନିବାର ସନ୍ଧ୍ୟାରେ ଗୁଳି ବିନିମୟ ଘଟିଛି। କାମେରିକିଆ ଜଙ୍ଗଲରେ ପୋଲିସ ବାହିନୀର ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ହଠାତ୍ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ଜଣେ ଡିଭିଏଫ୍ ଯବାନ ଆହତ ହୋଇଥିଲେ। ତେବେ ଉଲ୍ଲେଖନୀୟ କଥା ହେଉଛି ଯେ ସୁରକ୍ଷା କର୍ମୀଙ୍କ [...]
Odiaମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ
ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଆମ ଶାସ୍ତ୍ରରେ ବର୍ଣ୍ଣିତ କେତୋଟି ନିୟମ ସଠିକ ଭାବରେ ପାଳନ କଲେ ନିଶ୍ଚିତ ମହାଳଷ୍ମୀ ଆମମାନଙ୍କ ଉପରେ ପ୍ରଫୁଲ୍ଲ ରହିବେ। ପ୍ରଥମେ ଆଗ୍ନେୟ କୋଣରେ ଘର କରନ୍ତୁ ନାହିଁ କିମ୍ବା ଘରର ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ । ଘରର ସମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ, କିମ୍ବା ଘର ସାମ୍ନାରେ କଣ୍ଟା ଗଛ ରଖନ୍ତୁ ନାହିଁ । ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ କିମ୍ବା [...]
