Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାସୁ ସସୁର ଗୁର ସେବା କରେହୁ । ପତି ରୁଖ ଲାଖି ଆୟସୁ ଅନୁସରେହୁ ॥ ଅତି ସନେହ ବସ ସଖୀଂ ସୟାନୀ । ନାରି ଧରମ ସିଖବହିଂ ମୃଦୁ ବାନୀ ॥ ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ [...]
Odiaଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯୋଗଯୁକ୍ତୋ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ । ସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ। ଅର୍ଥାତ୍ : ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି,ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି। ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ। ( ଗୀତା [...]
Odiaଅନୁଷ୍କା ଆସନ୍ନ ପ୍ରସବା, ପୁଣି ଥରେ ବାପା ହେବେ କୋହଲି
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚରୁ ଓହରି ଯାଇଥିବା ବିରାଟ କୋହଲି ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ଆସନ୍ନ ପ୍ରସବା ଅଛନ୍ତି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। କୋହଲିଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଏହି ସୂଚନା ଦେଇଛନ୍ତି। ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ପରେ ଡି’ଭିଲିୟର୍ସ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନରେ କହିଛନ୍ତି – ‘ମୁଁ [...]
Odiaସମନ ସତ୍ତ୍ୱେ ହାଜର ହେଉନଥିବାରୁ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲା ଇଡି
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ୫ ଥର ସମନ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହେଉନଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶେଷରେ ତାଙ୍କ ବିରୋଧରେ କୋର୍ଟ ଯାଇଛି । କେଜ୍ରିୱାଲଙ୍କ ବିରୋଧରେ ଇଡିର ପିଟିସନ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରାଙ୍କ ନିକଟରେ ଦାୟର କରାଯାଇଛି । ଫେବୃଆରୀ ୭ରେ ଏହି ମାମଲାର ଶୁଣାଣି ହେବ । ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଇଡି ଏଯାବତ୍ କେଜ୍ରିୱାଲଙ୍କୁ ୫ ଥର ସମନ ଜାରି [...]
ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଦେଲେ ଧନ୍ୟବାଦ

Odiaଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଦେଲେ ଧନ୍ୟବାଦ
ଭୁବନେଶ୍ୱର – ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଛି ଅକ୍ଷର ଭୂମି। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ। ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ। କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି [...]
Odiaସମ୍ବଲପୁରରେ ମୋଦୀଙ୍କ ଗ୍ୟାରେଣ୍ଟି ସମାବେଶ: ରାଜ୍ଯ ଦଳୀୟ ନେତାଙ୍କୁ ଉପେକ୍ଷା, ରାଜ୍ଯ ସରକାର ବିରୋଧରେ ନିରବ
ସମ୍ବଲପୁର: ସମ୍ବଲପୁର ସହରର ରେମେଡ ସ୍ଥିତ ପଡିଆରେ ଆଜି ବିଜେପି ପକ୍ଷରୁ ମୋଦି ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦବୋଧନ ଦେଇଛନ୍ତି। ତେବେ, ଏହି ସଭାରେ ରାଜ୍ଯରୁ ପ୍ରତିନିଧିତ୍ବ କରୁଥିବା ୩ କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷା କରାଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ରାଜ୍ଯ ସରକାର ବିରୋଧରେ ମୋଦୀ ପଦୁଟିଏ କହିନାହାନ୍ତି। ଫଳରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି। ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଉଦଘାଟନ ପରେ ମୋଦୀ ରେମେଡରେ ଦଳୀୟ [...]
Odiaଇଂଲଣ୍ଡକୁ ଘାଇଲା କଲେ ବୁମରା, ଦୃଢ଼ ସ୍ଥିତିରେ ଭାରତ
ବିଶାଖାପଟନମ୍: ଯସପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବୃହତ ଅଗ୍ରଣୀ ହାସଲ କରି ସ୍ଥିତି ସୁଦୃଢ କରିନେଇଛି । ବୁମରା ୪୫ ରନରେ ୬ ଓ୍ବିକେଟ୍ ସହ ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଭାରତର ପ୍ରଥମ ଇନିଂସ ୩୯୬ ରନ୍ ଜବାବରେ ଇଂଲଣ୍ଡ ୨୫୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏଥିସହ ଭାରତ ୧୪୩ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । [...]
Odiaବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ସଙ୍ଗୀତ ଗାନ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର୍, ଅତିରିକ୍ତ ଉପଜିଲ୍ଲାପାଳ ଡ ଗୌରବମୟ ପ୍ରଧାନଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଗାଇଥିଲେ। ବ୍ରହ୍ମପୁର ଉପଖଣ୍ଡର ସମସ୍ତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଏହି ସଙ୍ଗୀତ ଗାନ କରାଯାଇଥିଲା। ଆଜି [...]
Odiaଭାରତ ରତ୍ନ ପାଇବା ନେଇ ଆଡଭାନୀଙ୍କ ପ୍ରତିକ୍ରିୟା, କହିଲେ ଏହା ‘ମୋ ନୀତି ଓ ଆଦର୍ଶର ସମ୍ମାନ’
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଥିବାରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଡଭାନୀ କହିଛନ୍ତିି ଯେ ଏହା କେବଳ ତାଙ୍କ ପାଇଁ ନୁହେଁ, ତାଙ୍କ ନୀତି ଓ ଆଦର୍ଶର ବି ସମ୍ମାନ। ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ‘ଏକ୍ସ’ରେ ଘୋଷଣା କରିଥିଲେ । [...]
Odiaଆସ୍ଥା ଭୋଟ୍ରେ ଭାଗ ନେବାକୁ ହେମନ୍ତ ସୋରେନଙ୍କୁ ଅନୁମତି
ରାଞ୍ଚି: ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଶନିବାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫେବୃଆରୀ ୫ରେ ରାଜ୍ୟ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ୍ରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ରାଜ୍ୟର ନୂଆ ଚମ୍ପାଇ ସୋରେନ ସରକାରଙ୍କ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି ଦେବାକୁ ଏକ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି । ଶୁକ୍ରବାର କୋର୍ଟ [...]
