Odiaଆଜିଠୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ, ଆସନ୍ତା ୮ରେ ଅନ୍ତରୀଣ ବଜେଟ
ଭୁବନେଶ୍ୱର – ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ହେବ ଅନ୍ତିମ ଅଧିବେଶନ। ଏହି ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି। ସ୍ୱଳ୍ପକାଳିନ ଅଧିବେଶନ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଆସନ୍ତା ୮ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ । ବିଧାନସଭା ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି [...]
Odiaକନ୍ଧମାଳ ପୋଲିସକୁ ବଡ଼ ସଫଳତା: କେକେବିଏନ୍ କମାଣ୍ଡର୍ ଦାସୁରୁ ମୃତ
ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି। ଏଥର ମଧ୍ୟ ପୋଲିସକୁ ଆମ୍ବୁସ୍ କରିବାକୁ ଟାର୍ଗେଟ୍ କରିଥିବା ମାଓ ବାହିନୀ ଓଲଟା ସୁରକ୍ଷାକର୍ମୀଙ୍କ ଗୁଳିରେ ନିଜର ଜଣେ ଟପ୍ କମାଣ୍ଡରକୁ ହରାଇଛି। ପୋଲିସ ସହ ଗୁଳି ବିନିମୟରେ କେକେବିଏନ୍ (କନ୍ଧମାଳ- କଳାହାଣ୍ଡି- ବୌଦ୍ଧ- ନୟାଗଡ଼) ଡିଭିଜନ୍ କମାଣ୍ଡର୍ ଦାସୁରୁ ମଣ୍ଡାରୀ (ଗୁଡୁ) ପ୍ରାଣ ହରାଇଛି। ଶନିବାର ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର କାକେରିକୁପା ଜଙ୍ଗଲରେ ଏହି ଗୁଳି [...]
Odiaଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ମେଳା
ଓଳାଶୁଣୀ ଗୁମ୍ଫାରେ ମାଘ କୃଷ୍ଣପକ୍ଷ ଏକାଦଶୀରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ଦେଖାଦିଏ, ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ଅନ୍ୟତମ । ଏହାର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣି । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳିଥାଏ । କିମ୍ବଦନ୍ତୀ ମତେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ର ଦେବ। ଅରକ୍ଷିତ ଦାସ ଓଡ଼ିଶା ଅନ୍ତର୍ଗତ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନିରଖି ସୈଲ ସରି ବିପିନ ବିଭାଗା । ଭୟଉ ରମାପତି ପଦ ଅନୁରାଗା ॥ ସୁମିରତ ହରିହି ଶ୍ରାପ ଗତି ବାଧୀ । ସହଜ ବିମଲ ମନ ଲାଗି ସମାଧି ॥ ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ [...]
Odiaଗୀତା ଉପଦେଶ: ନିଜର ସମସ୍ତ ବୁଦ୍ଧି ଭଗବାନଙ୍କ ଠାରେ ସ୍ଥିର ହୋଇଯିବା ଉଚିତ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ନ ପ୍ରହୃଷ୍ୟେତ୍ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍ପ୍ରାପ୍ୟ ଚାପ୍ରିୟମ୍।ସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ। ଅର୍ଥାତ: ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁ ମାନଙ୍କ ର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍ବେଗଗ୍ରସ୍ତ ହୁଅନ୍ତିନାହିଁ ।
Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଆୟୋଜନ, ବିଭାଗୀୟ ପ୍ରକୋଷ୍ଠରେ ସର୍ବାଧିକ ଜନସମାଗମ
ଭୁବନେଶ୍ୱର – ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଆୟୋଜନ ପ୍ରତି ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବେଶ୍ ଆକର୍ଷିତ ହୋଇଥିଲେ । ଏଥିରେ ଓଡ଼ିଶାରେ ଓଡ଼ିଆ ଭାଷାର କ୍ରମ ବିବର୍ତ୍ତନ ସମ୍ପର୍କରେ ଟିକିନିଖି ତଥ୍ୟ ଉପସ୍ଥାପନ କରାଯାଉଛି । ବିଭାଗ ପକ୍ଷରୁ ନିଜ କ୍ଷେତ୍ରରେ ଏଥିନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟକାର୍ଡ ବିନିମୟ [...]
Odiaଭାଇଜାଗ୍ ଟେଷ୍ଟ: ବିଜୟ ପାଇଁ ଭାରତକୁ ଦରକାର ଆଉ ୯ ଓ୍ବିକେଟ୍, ଇଂଲଣ୍ଡକୁ ୩୩୨ ରନ୍
ବିଶାଖାପଟନମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ୍ ଦେଇଛି। ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ୱିକେଟ୍ ହରାଇ ୬୭ ରନ୍ କରିଛି। ବିଜୟ ପାଇଁ ଭାରତକୁ ଆଉ ୯ ଓ୍ବିକେଟ୍ ଆବଶ୍ୟକ ଥିବାବେଳେ ଇଂଲଣ୍ଡକୁ ଦରକାର ୩୩୨ ରନ୍ । ପୂର୍ବରୁ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୨୮/୦ରୁ ଆଗକୁ ଖେଳିଥିବା ବେଳେ ୨୫୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । [...]
Odiaଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ
ଭୁବନେଶ୍ୱର – ଚାରିବର୍ଷ ତଳର ଏକ ଦୁଷ୍କର୍ମ ଅଭିଯୋଗରେ ବର୍ତ୍ତମାନର ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଜଣେ ମହିଳା ଏସଆଇଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଫିରିଙ୍ଗିଆ ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସ୍ଆଇ ଜଣକ ଚାକିରି କରୁଥିଲେ। ସେଠାରେ ତାଙ୍କ ଉପର ଅଧିକାରୀ ଥିଲେ ଆଇଆଇସି ରମେଶ ପ୍ରଧାନ। ସେ ସରକାରୀ [...]
Odiaବିଧାନସଭା ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବଳୟ, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି
ଭୁବନେଶ୍ୱର – ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଡିଜିପି ଅରୁଣ ଷଡଙ୍ଗୀ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ତିନି ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା। ସୁରକ୍ଷା ପାଇଁ ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏଥିସହ ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍, କୁଇକ୍ ଆକ୍ସନ ଟିମ୍, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର [...]
Odiaନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜେଏନୟୁ କୁଳପତି, ଓଡ଼ିଶାରେ ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରଶଂସା
ଭୁବନେଶ୍ୱର – ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ( ଜେଏନୟୁ)ର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ପାଇଁ ସେ ଭୁବନେଶ୍ୱର ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ପ୍ରଫେସର ପଣ୍ଡିତ ଓଡ଼ିଶାରେ ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏହି ରୂପାନ୍ତରଣ ପ୍ରକ୍ରିୟା ଓଡ଼ିଶାର ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା [...]
