Odiaସଡ଼କ ଦୁର୍ଘଟଣାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
କଟକ – ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ । କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହେବାରୁ ସୁଧାକର ବସନ୍ତ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଭୋର ଭୋର୍ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ତାଙ୍କ କାର୍ ଧକ୍କା ଦେଇଥିଲା [...]
Odiaଏ ଜାତିର ଚିର ନମସ୍ୟ ସଂଗ୍ରାମୀ ଚକରା ବିଶୋଇ
ପୁରୀ : ଦେଶର ସ୍ୱାଧୀନତା ପାଇଁ ଯେଉଁ କେତେଜଣ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ଏ ଦେଶ ଜାତି ପାଇଁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଘୁମୁସର ସିଂହ ଚକରା ବିଶୋଇ ଅନ୍ୟତମ। ମାତ୍ର ତେରବର୍ଷ ବୟସରେ ମାତୃଭୂମି ପ୍ରତି ତାଙ୍କର ଅଗାଧପ୍ରେମ ଇତିହାସରେ ବିରଳ ବୋଲି ଉପସ୍ଥିତ ବକ୍ତାଗଣ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଉତ୍କଳର ବରପୁତ୍ର ଚକରା ବିଶୋଇଙ୍କ ପବିତ୍ର ଜୟନ୍ତୀ ଉତ୍ସବ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଞ୍ଜଳି ପକ୍ଷରୁ ପୁରୀ [...]
Odiaପୁତ୍ରଦା ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ
ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ – ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ I ପୂର୍ବକାଳରେ [...]
Odiaନବୀନ ନିବାସରେ ମୁଖ୍ୟମନ୍ତ୍ରୀ – ପୁରୀ ମହାରାଜା ସାକ୍ଷାତ ଆଲୋଚନା : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମହାରାଜା ଧନ୍ୟବାଦ ଜଣାଇବା ସହ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଲୋକାର୍ପଣ ପାଇଁ ଅନୁଷ୍ଠିତ ତିନି ଦିନିଆ ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ ଗଜପତି ମହାରାଜା। ପରିକ୍ରମା ପ୍ରକଳ୍ପ [...]
Odia୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୩୬୧ଟି ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡର ୬୦ଟି ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନିଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ [...]
Odiaଗଜପତି ଜିଲ୍ଲାରେ ୫୮ଟି ପ୍ରଜାତିର ୯୩୫୩ ପକ୍ଷୀ ଚିହ୍ନଟ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ୫୮ଟି ପ୍ରଜାତିର ସମୁଦାୟ ୯୩୫୩ ପକ୍ଷୀ ଠାବ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଲିଚିଆ ବଗ, କଣ୍ଟି ବଗ, ଗୋଇୟା ବଗ, କାନ୍ତି ବଗ, ପାଣି କୁଆ, ହଂସରାଳି, ପାଣି କୁକୁଡ଼ା, ସରାଳି, ଦଳ ଖୁମ୍ପି, ଖପରା ଖାଇ, ଗେଣ୍ଡି ପକ୍ଷୀ ଆଦି ସମେତ କିଛି ବିଦେଶାଗତ ପକ୍ଷୀ ଅନ୍ତର୍ଭୁକ୍ତ। ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ୭ଟି ବନାଞ୍ଚଳରେ ଚଳିତ ବର୍ଷ ୪୨ଟି ପକ୍ଷୀ ଗଣନା ଦଳ ଦ୍ବାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୨୦୦ରୁ [...]
Odiaଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡ଼ି ଟିମ୍
ରାଞ୍ଚି: ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଏକ ଟିମ୍ ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ସଭାପତି ସୋରେନ (୪୮) ପୂର୍ବରୁ ୭ ଥର ସମନ ସତ୍ତ୍ୱେ ଇଡି ଆଗରେ ହାଜର ହୋଇନଥିଲେ। ତଦନ୍ତକାରୀ ସଂସ୍ଥା ଅଷ୍ଟମ ସମନ ପଠାଇବା ପରେ ସେ ଶେଷରେ ଜେରା ପାଇଁ ରାଜି ହୋଇଥିଲେ । ଇଡି [...]
Odiaରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକ ଗିରଫ
ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଆଇଏଫଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍) ଗିରଫ କରାଯାଇଛି। ସ୍ପେଶାଲ୍ ସେଲର ଡିସିପି ହେମନ୍ତ ତିୱାରୀ ଏହି ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଯୁବକକୁ ଦକ୍ଷିଣ ଭାରତରୁ ଗିରଫ କରାଯାଇଛି । ତାକୁ ପଚରାଉଚରା ପାଇଁ ଦିଲ୍ଲୀ ଅଣାଯାଉଛି । ରଶ୍ମିକା ମନ୍ଧାନାଙ୍କ ଏକ ଡିପ୍ ଫେକ୍ ଭିଡିଓ ନଭେମ୍ବର ୬ରେ ଇଣ୍ଟରନେଟ୍ [...]
Odiaଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ଆରଆଇ
ଭଦ୍ରକ – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ। ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ଥ ତହସିଲ ଅଧୀନସ୍ଥ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନାଙ୍କୁ ଧରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ପୈତୃକ ଚାଷଜମିକୁ ବାସପଯୋଗୀ ଜମିରେ ପରିବର୍ତ୍ତନ ଓ ଆରଓଆର ପ୍ରଦାନ ନେଇ ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଫେରାଦ ହେଲା ପରେ ତାଙ୍କୁ ଧରିବା [...]
Odiaଆଇପିଏଲ୍ ଟାଇଟଲ୍ ଅଧିକାର ବଜାୟ ରଖିଲା ଟାଟା ଗ୍ରୁପ୍
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ଅଧିକାର ବଜାୟ ରଖିଛି | ରେକର୍ଡ ୨୫୦୦ କୋଟି ମୂଲ୍ୟରେ ଟାଟା ଗ୍ରୁପ୍ ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ଅଧିକାର ହାସଲ କରିଛି । ଅର୍ଥାତ୍ ଟାଟା ଗ୍ରୁପ୍ ପ୍ରତି ସିଜନ ପିଛା ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବ । ଆଇପିଏଲ୍ ଟାଇଟଲ୍ ଅଧିକାର ଦୌଡ଼ରେ ଟାଟା ଗ୍ରୁପ୍ ସହ ଆଦିତ୍ୟ ବିର୍ଲା ଗ୍ରୁପ୍ ମଧ୍ୟ ଥିଲା। କିନ୍ତୁ ଟାଟା [...]
