Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ : ପ୍ରତିବର୍ଷ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ ପାଳନ କରାଯିବ
ଭୁବନେଶ୍ୱର – ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ଯାବିନେଟ ନିଷ୍ପତ୍ତି ଅନୁଯାୟୀ ଆଗାମୀ ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । [...]
Odiaଗୁରମିତ ରାମ ରହିମ ପୁଣି ୫୦ ଦିନ ପାଇଁ ଜେଲରୁ ବାହାରିଲେ, ତିନି ବର୍ଷରେ ନବମ ଥର ପାରୋଲ
ନୂଆଦିଲ୍ଲୀ: ବଳାତ୍କାର ମାମଲାର ଦୋଷୀ ଡେରା ସଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍ ପୁଣି ପାରୋଲରେ ଜେଲରୁ ବାହାରିଛନ୍ତି । ତାଙ୍କୁ ୫୦ ଦିନ ପାଇଁ ପାରୋଲ ଦିଆଯାଇଛି । ଏଥରକୁ ମିଶାଇ ବଳାତ୍କାରୀ ରହିମଙ୍କୁ ଗତ ତିନି ବର୍ଷରେ ନବମ ଥର ପାରୋଲ ମିଳିଛି । ଶେଷଥର ଗୁରମିତ ରାମ ରହିମଙ୍କୁ ୨୧ ନଭେମ୍ବର ୨୦୨୩ରେ ୨୧ ଦିନ ପାଇଁ ପାରୋଲରେ ଜେଲରୁ ବାହାରିଥିଲେ। ତା’ପୂର୍ବରୁ ତାଙ୍କୁ ୨୦୨୩ ଜୁଲାଇରେ ୩୦ ଦିନ, ଜାନୁଆରୀରେ [...]
Odiaଭିଜିଲାନ୍ସ ଜାଲରେ ପଡିଲେ କଲେଜ ଅଧ୍ୟକ୍ଷା, ଲାଇବ୍ରେରିଆନଙ୍କଠାରୁ ନେଉଥିଲେ ଲାଞ୍ଚ
ଖୋର୍ଦ୍ଧା – ଭିଜିଲାନ୍ସ ଜାଲରେ ପଡିଛନ୍ତି କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। କଲେଜର ଲାଇବ୍ରେରିଆନ୍ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ସେ ଅଧ୍ୟକ୍ଷା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କଠାରୁ ବାସଭବନରେ ଲାଞ୍ଚ ନେଉଥିଲେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଚଢାଉ କରି ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍। ଷଲାଇବ୍ରେରିଆନ ଧୀରଜଙ୍କ ପତ୍ନୀ ଦୀପ୍ତିରାଣିଙ୍କ ଅଭିଯୋଗ ଅଧ୍ୟକ୍ଷାଙ୍କୁ ଧରିବା ପାଇଁ [...]
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ
ଭବାନୀପାଟଣା – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଆଜି ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ [...]
Odiaପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିଲାନି ଭାରତୀୟ ମହିଳା ହକି ଟିମ୍
ରାଞ୍ଚି: ଭାରତୀୟ ମହିଳା ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି। ଏଫଆଇଏଚ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚରେ ଭାରତ ଶୁକ୍ରବାର ଜାପାନ ଠାରୁ ୧-୦ରେ ପରାସ୍ତ ହୋଇ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟରୁ ବଞ୍ଚିତ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ପରେ ଭାରତୀୟ ମହିଳା ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଥିଲେ । ହେଲେ [...]
Odiaଜାନୁଆରୀ ୨୯ରୁ ଚନ୍ଦକା ଅଭୟାରଣ୍ୟରେ ରାତ୍ରୀକାଳୀନ ସଫାରୀ
ଭୁବନେଶ୍ୱର – ଏଣିକି ରାତିରେ ବି ପର୍ଯ୍ୟଟକ ଚନ୍ଦକା ଅଭୟାରଣ୍ୟରେ ବୁଲି ମଜା ନେଇପାରିବେ । ଭରତପୁର ସଫାରୀରେ ଚଳିତମାସ ୨୯ ତାରିଖରୁ ଆରମ୍ଭ ହେବ ନକଟରନାଲ୍ ଟ୍ରେଲ’ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ପାର୍ଶ୍ୱରେ ନକଟରନାଲ ଟ୍ରେଲ’ ଆରମ୍ଭ ହେବ। ଯେଉଁମାନେ ଦିନରେ ସମୟ ପାଉନାହାନ୍ତି, ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବା ସୁଯୋଗ ପାଇବେ। ଏହାଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ [...]
Odia୨୨ରୁ ଆମ ଓଡିଶା ନବୀନ ଓଡିଶା, ସହରୀ : ଗୃହ ଓ ନଗର ଉନ୍ନୟନ ବିଭାଗ ଜାରି କଲା ମାର୍ଗଦର୍ଶିକା
ଭୁବନେଶ୍ୱର – ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୫-ଟି ପଦକ୍ଷେପ ଅଧୀନରେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି | ଏହି ପଦକ୍ଷେପଗୁଡିକର ଲାଭ ଯୋଗ୍ୟ ତଥା ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବାକୁ, ଉନ୍ନତି (UNNATI) ଅଧୀନରେ ରାଜ୍ୟ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ସମସ୍ତ ପୌରାଚଂଳମାନଙ୍କରେ “ଆମ ଓଡିଶା ନବୀନ ଓଡିଶା, ସହରୀ” ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତା ୨୨ [...]
Odiaଇଭିଏମ ଓ ଭିଭିପାଟ ପ୍ରଦର୍ଶନ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ
ସମ୍ବଲପୁର: ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ ଉଦଘାଟିତ ହୋଇଛି। ନିର୍ବାଚନକୁ ସୁରୁଖୁରେ ପରିଚାଳନା କରିବା ସହ ଭୋଟରମାନେ କିଭଳି ନିର୍ଦ୍ଵନ୍ଦ୍ବରେ ଭୋଟ ଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ୍-ଭିଭିପାଟ ନମୁନା ପ୍ରଦର୍ଶନ କେନ୍ଦ୍ର ଆଜି ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି [...]
Odiaଫିଲ୍ମ ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଲେ ନୟନତାରା
ନୂଆଦିଲ୍ଲୀ: ଅଭିନେତ୍ରୀ ନୟନତାରା ତାଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଛନ୍ତି। ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଏକ ସପ୍ତାହ ପରେ ଏହି ଫିଲ୍ମ ବିବାଦରେ ଛନ୍ଦି ହୋଇପଡ଼ିଥିଲା । ଫିଲ୍ମର ନିର୍ମାତାମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଥିଲା । ଏହା ପରେ ଫିଲ୍ମକୁ ନେଟଫ୍ଲିକ୍ସରୁ ହଟାଯାଇଥିଲା। ଫିଲ୍ମ ‘ଯବାନ’ରେ କାମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ବିବାଦ [...]
Odiaଗୋପାଳପୁର ବେଳାଭୂମି ମହୋତ୍ସବ ପ୍ରସ୍ତୁତି ତ୍ବରାନ୍ବିତ
ବ୍ରହ୍ମପୁର: ଆସନ୍ତା ୨୫ ତାରିଖ ଗୁରୁବାରରୁ ଆରମ୍ଭ ହେବ ବେଳାଭୂମି ମହୋତ୍ସବ। ଚାରିଦିନିଆ ମହୋତ୍ସବ ପାଇଁ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛି ଜିଲ୍ଲା ପ୍ରଶାସନ। ସାଂସ୍କୃତିକ ତଥା ସଭା ମଞ୍ଚ ସଜ୍ଜା ଓ ପଲ୍ଲୀଶ୍ରୀ ମେଳା ସକାଶେ ଷ୍ଟଲ୍ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ମିଶନ୍ ଶକ୍ତି ସଦସ୍ୟାମାନଙ୍କ ପାଇଁ ୩୦୦ ଗୋଟି ଷ୍ଟଲ୍ କରାଯାଉଛି। ସେଥିରେ ଏସ୍ଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀ, ବିଭିନ୍ନ କଳାକୃତି ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରଦର୍ଶନୀ ତଥା [...]
