Odiaମାଁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ
ସମ୍ବଲପୁର: ସମ୍ବଲପୁର ଗସ୍ତରେ ଥିବା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ନିର୍ମାଣ କାମର ସମୀକ୍ଷା କରିବା ପରେ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହାର ଲୋକାର୍ପଣ ପାଇଁ ତିଥି ଧାର୍ଯ୍ଯ ହୋଇସାରିଥିବା ବେଳେ ବଳକା କାମକୁ ଶୀଘ୍ର ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲୋକାର୍ପଣ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଥିବାରୁ ଏହାର [...]
Odiaସ୍କୁଲ ରୂପାନ୍ତରୀକରଣ : ଚତୁର୍ଥ ପର୍ଯ୍ୟାୟରେ ଆଜି ୩୨୭ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମାଲକାନଗିରିର ୩୫ଟି ଉଚ୍ଚ ବିଦ୍ୟାଳୟ, ବାଲେଶ୍ଵର ଜିଲ୍ଲାର ୭୬, ଗଜପତି ଜିଲ୍ଲାର ୨୮, ଢେଙ୍କାନାଳ ଜିଲ୍ଲାର ୬୩,କେନ୍ଦୁଝର ଜିଲ୍ଲାର ୪୫ ଓ କଟକ ଜିଲ୍ଲାର ୮୦ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ସ୍କୁଲ୍ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ପ୍ରଥମେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ [...]
Odiaଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି। ରୋହିତ ଶର୍ମା ୧୬ ଜଣିଆ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଜସପ୍ରୀତ ବୁମରା ଉପଅଧିନାୟକ ହେବେ। ଗତ ବର୍ଷର ଦିନିକିଆ ବିଶ୍ୱକପ ସମୟରେ ଆଘାତପ୍ରାପ୍ତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଦଳରେ ସାମିଲ [...]
Odiaକେଜ୍ରିୱାଲଙ୍କୁ ଇଡିର ଚତୁର୍ଥ ସମନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୁଣି ଥରେ ସମନ ଜାରି କରିଛି । ତାଙ୍କୁ ଜାନୁଆରୀ ୧୮ରେ ଜେରା ପାଇଁ ହାଜର ହେବାକୁ କୁହାଯାଇଛି। କେଜ୍ରିୱାଲଙ୍କୁ ଇଡିର ଏହା ଚତୁର୍ଥ ସମନ | ପୂର୍ବରୁ କେଜ୍ରିୱାଲଙ୍କୁ ତିନି ଥର ସମନ ଜାରି କରାଯାଇଥିଲେ ମଧ୍ୟ ସେ କେନ୍ଦ୍ରୀୟ ଏଜେନ୍ସି ନିକଟରେ ହାଜର ହୋଇନଥିଲେ । ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡ଼ି ଗତ ବର୍ଷ ନଭେମ୍ବର ୨ ଓ ଡିସେମ୍ବର [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ଆଜି ହେବ ଅଙ୍କୁରପୂଜନ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ଶ୍ରୀନଅରରେ ଆଚାର୍ଯ୍ୟ ବରଣ କରାଯିବା ସହ ଅଙ୍କୁରାରୋପଣ ହୋଇଥିଲା । ଆଜି ହେବ ଅଙ୍କୁରପୂଜନ । ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ହେବ ଅଙ୍କୁରପୂଜନ। ଶୁକ୍ରବାର ସନ୍ଧ୍ୟାରେ ଗଜପତି ମହାରାଜାଙ୍କ ଦିବ୍ୟସିଂହ ଦେବ ଶ୍ରୀନଅରରେ ଆସନ୍ତା ୧୫ରୁ ଆରମ୍ଭ ହେଉଥିବା ତ୍ରିଦିନାତ୍ମକ ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିଥିଲେ । [...]
Odiaଆଜି ଶ୍ରୀ ମନ୍ଦିରରେ ଦୁଧ ମେଲାଣ ନୀତି
ପୁରୀ: ନବାଙ୍କର ପୂର୍ବଦିନ ଶ୍ରୀ ମନ୍ଦିରରେ ଦୁଧ ମେଲାଣ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢେ। ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ।ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ।ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡିପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ। ଆଜ୍ଞାମାଳ ପାଇ ଶ୍ରୀ ରାମକୃଷ୍ଣ ଜଗନ୍ନାଥ ବଲ୍ଲଭ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସଖି ଜସ ରାମ ଲଖନ କର ଜୋଟା । ତୈସେଇ ଭୂପ ସଂଗ ହୁଇ ଢୋଟା ॥ ସ୍ୟାମ ଗୌର ସବ ଅଂଗ ସୁହାଏ । ତେ ସବ କହହିଂ ଦେଖି ଜେ ଆଏ ॥ ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ [...]
Odiaଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ କରିଥାଏ [...]
Odiaକୃଷି ଓଡିଶା-୨୦୨୪ ଉଦ୍ଘାଟିତ , କୃଷି ଉଦ୍ୟୋଗରେ ମହିଳାମାନଙ୍କ ଅଧିକ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜନତା ମଇଦାନରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁତ ଖୁସିର କଥା ଯେ ଏ ବର୍ଷର ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ [...]
Odiaସାଢ଼େ ୭ ବର୍ଷ ପରେ ମିଳିଲା ନିଖୋଜ ଭାରତୀୟ ବାୟୁସେନା ବିମାନର ଭଗ୍ନାବଶେଷ
ନୂଆଦିଲ୍ଲୀ: ପ୍ରାୟ ସାଢେ଼ ୭ ବର୍ଷ ପରେ ମିଳିଛି ଭାରତୀୟ ବାୟୁସେନାର ଏକ ନିଖୋଜ ବିମାନର ଭଗ୍ନାବଶେଷ । ବଙ୍ଗୋପସାଗରରେ ପ୍ରାୟ ୩.୪ କିଲୋମିଟର ଗଭୀରତାରେ ବିମାନର ଭଗ୍ନାବଶେଷ ମିଳିଛି। ନିଖୋଜ ବିମାନରେ ୨୯ ଜଣ କର୍ମଚାରୀ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜିର ଏକ ସ୍ୱୟଂଚାଳିତ ଅଣ୍ଡର ୱାଟର ଭେଇକିଲ (ଏୟୁଭି) ଦ୍ୱାରା ଉତ୍ତୋଳିତ ଫଟୋ ଗୁଡ଼ିକର ଯାଞ୍ଚରୁ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂର ସମୁଦ୍ରରେ ମିଳିଥିବା [...]
