Odiaସ୍ବାତି ମାଲିୱାଲଙ୍କୁ ରାଜ୍ୟସଭା ଟିକେଟ୍ ଦେଲା ଆପ୍
ନୂଆଦିଲ୍ଲୀ: ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତି ମାଲିୱାଲଙ୍କୁ ପ୍ରାର୍ଥୀ କରିଛି। ଏହାଛଡ଼ା ଦଳ ସଞ୍ଜୟ ସିଂହ ଏବଂ ଏନଡି ଗୁପ୍ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବ। ଆପର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ସମ୍ପ୍ରତି ଜେଲରେ ଅଛନ୍ତି। ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଜେଲରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ। [...]
Odiaଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ , ୩ ଯବାନ ଗୁରୁତର
ବୌଦ୍ଧ – ସୁରକ୍ଷାକର୍ମୀଙ୍କୁ ନକ୍ସଲଙ୍କ ଆହ୍ବାନ। କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ଆଇଡି ବିସ୍ଫୋରଣ ହୋଇଛି । ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ହେବାରୁ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ବୌଦ୍ଧ ଏସ୍ପି ସୂଚନା ଦେଇଛନ୍ତି। ଆହତଙ୍କୁ ଉଦ୍ଧାର ପାଇଁ ସେଠାକୁ ୨ଟି ଟିମ୍ ପଠାଯାଇଛି । ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ହୋଇଛି। ବିସ୍ତୃତ ସୂଚନାକୁ [...]
Odiaହାଇଟେକ୍ ବିସ୍ଫୋରଣ ମୃତ୍ୟୁ ମାମଲାର ନୂଆ ମୋଡ , ଜୀବିତ ଅଛନ୍ତି ‘ମୃତ ଘୋଷିତ’ ଦିଲ୍ଲୀପ ସାମନ୍ତରାୟ
ଭୁବନେଶ୍ୱର – ରାଜଧାନୀର ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣରେ ଗୁରୁତର ଆହତ ଯୁବକ ଦିଲ୍ଲୀପ ସାମନ୍ତରାୟଙ୍କ ଗତ ୩୦ ତାରିଖରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ଏବେ ଏହି ଘଟଣା ଏକ ନୂଆ ମୋଡ଼ ନେଇଛି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇନାହିଁ। ସେ ଜୀବିତ ଅଛନ୍ତି ବୋଲି ଜଣାପଡିଛି। ଖୋଦ୍ ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ହାଇଟେକ୍ [...]
Odiaସୋମାଲିଆ ଉପକୂଳରୁ ପଣ୍ୟବାହୀ ଜାହାଜ ଅପହୃତ, ଜାହାଜରେ ଅଛନ୍ତି ୧୫ ଭାରତୀୟ
ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରେ ‘ଏମଭି ଲୀଲା ନର୍ଫାଲକ’ ନାମକ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରାଯାଇଛି।ଅପହୃତ ଜାହାଜର ଚାଳକ ଦଳରେ ୧୫ ଭାରତୀୟ ଥିବା ଜଣାପଡ଼ିଛି । ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛି ନୌସେନା। ଭାରତୀୟ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଜାହାଜର ତଲାସି ଅଭିଯାନକୁ [...]
Odiaଗଜପତି ଜିଲ୍ଲାର ମୌଳିକ ଉତ୍ପାଦ ତାଳ ଗୁଡ଼, ମିଳିଲା ଜିଆଇ ଟ୍ୟାଗ୍
ପାରଳାଖେମୁଣ୍ଡି: ସ୍ବାସ୍ଥ୍ୟକୁ ବେଶ୍ ଉପଯୋଗୀ। ଶରୀର ଓ ପେଟକୁ ଥଣ୍ଡା ରଖିବା ସହ ତ୍ବଚାରେ ଚମକ ଆଣିବାରେ ସହାୟକ ହୋଇଥାଏ ପ୍ରକୃତିରୁ ମିଳୁଥିବା ତଥା ଜୈବିକ ପଦ୍ଧତିରେ ପ୍ରସ୍ତୁତ ତାଳ ଗୁଡ଼। ଏଥିରେ ଭରି ରହିଛି ଆଇରନ୍ ଓ ଭିଟାମିନ୍। ଗଜପତି ଜିଲ୍ଲାର ଏହି ମୌଳିକ ଉତ୍ପାଦ ଯାହା ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ଅଟେ, ସେହି ତାଳ ଗୁଡ଼କୁ ମିଳିଛି ସ୍ବତନ୍ତ୍ର ମାନ୍ୟତା। ନିକଟରେ ଆମ ରାଜ୍ୟର ଯେଉଁ କେତୋଟି ଖାଦ୍ୟ ସାମଗ୍ରୀ [...]
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ସମ୍ବଲପୁର ଜିଲ୍ଲା କମିଟି ଉପଦେଷ୍ଟା ବହିଷ୍କୃତ
ଭୁବନେଶ୍ୱର – ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ବିଦା ହୋଇଛନ୍ତି ସମ୍ବଲପୁରର ଜଣେ ନେତା । ବିଜେଡିର ସମ୍ବଲପୁର ଜିଲ୍ଲା କମିଟିର ଉପଦେଷ୍ଟା ପ୍ରମୋଦ ରଥଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରମୋଦଙ୍କୁ ବହିଷ୍କାର କରାଯାଇଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି।
Odiaହରିୟାଣାର ‘କୁବେର’ ନେତାଙ୍କ ଘରେ ଇଡିର ଚଢ଼ାଉ, ମିଳିଲା ୫ କୋଟି ନଗଦ, ବିଦେଶୀ ଅସ୍ତ୍ରଶସ୍ତ୍ର
ଚଣ୍ଡିଗଡ଼: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଶୁକ୍ରବାର ହରିୟାଣାର ପୂର୍ବତନ ବିଧାୟକ ତଥା ଆଇଏନଡିଏଲ୍ ନେତା ଦିଲବାଗ ସିଂହ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି । ଦିଲବାଗ ସିଂହଙ୍କ ଘରୁ ଇଡି କୁବେର ସଦୃଶ ଧନ ଜବତ କରିଛି । ତଲାସି ବେଳେ ଦିଲବାଗ ଓ ସହଯୋଗୀଙ୍କ ଘରୁ ୫ କୋଟି ନଗଦ ମିଳିଛି । ଏହାଛଡ଼ା ବିଦେଶୀ ଅସ୍ତ୍ରଶସ୍ତ୍ର, ୩୦୦ କାର୍ଟ୍ରିଜ, ୧୦୦ରୁ ଅଧିକ ମଦ ବୋତଲ ଏବଂ ଭାରତ ତଥା ବିଦେଶର [...]
Odiaତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଇଡି ଟିମ୍ ଉପରେ ଆକ୍ରମଣ
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ କରିବାକୁ ଯାଇଥିବା ଇଡି ଟିମ୍ ଉପରେ ପ୍ରାୟ ୨୫୦-୩୦୦ ଲୋକ ଆକ୍ରମଣ କରିଛନ୍ତି । ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍ ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ସ୍ଥିତ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିଲେ । ହେଲେ ଶେଖଙ୍କ ଘରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ପ୍ରାୟ ୨୦୦ରୁ ୩୦୦ ଲୋକ ଇଡି ଟିମ୍ ଓ ସେମାନଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କୁ ଘେରି [...]
Odia‘ପିଏମ୍ ସେଲଫି ପଏଣ୍ଟ’ ବିବାଦ ପରେ ଆରଟିଆଇ ନିୟମ କଡ଼ାକଡ଼ି କଲା ରେଳବାଇ, ସୂଚନା ପ୍ରଦାନ କରିଥିବା ଅଧିକାରୀଙ୍କ ବି ବଦଳି
ନୂଆଦିଲ୍ଲୀ: ରେଳ ଷ୍ଟେସନ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟ୍ ଆଉଟ୍ ସହ ‘ସେଲଫି ପଏଣ୍ଟ’ ସ୍ଥାପନରେ ହୋଇଥିବା ଖର୍ଚ୍ଚ ନେଇ ବିବାଦ ପରେ ଭାରତୀୟ ରେଳବାଇ ଜୋନାଲ ସ୍ତରରେ ସୂଚନା ଅଧିକାର (ଆରଟିଆଇ) ଆଇନ ଅନୁଯାୟୀ ସୂଚନା ପ୍ରଦାନ ନିୟମକୁ କଡ଼ାକଡ଼ି କରିଛି। ଏହାଛଡ଼ା ଯେଉଁ ଅଧିକାରୀ ଆରଟିଆଇ ଅଧୀନରେ ‘ସେଲଫି ପଏଣ୍ଟ’ ସ୍ଥାପନ ଖର୍ଚ୍ଚ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ, ତାଙ୍କୁ ମଧ୍ୟ ବଦଳି କରିଦିଆଯାଇଛି । ରେଳବାଇର ନୂଆ ନିୟମ ଅନୁଯାୟୀ, ଏଣିକି ଆରଟିଆଇ [...]
Odiaଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ
ଭୁବନେଶ୍ୱର – ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ୧୮ଟି ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲିବ । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ଏହି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ କଲେଜ ନଥିବା ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି [...]
