Odiaବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆଜିଠାରୁ ୯ ଦିନ ଯାଏଁ ଭିତରକନିକା ବନ୍ଦ
କେନ୍ଦ୍ରାପଡା – ଆଜିଠାରୁ ବନ୍ଦ ରହିବ ଭିତରକନିକା । ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନାହିଁ ଭିତରକନିକା ଅଭୟାରଣ୍ୟ । ୫ଟି ରେଞ୍ଜରେ ବଉଳା କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
Odiaପ୍ରକୃତିର ମନୋରମ କୋଳରେ ଓଡ଼ିଶାର ଗୁପ୍ତକେଦାର ଗୁପ୍ତେଶ୍ୱର
ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ଫୁଟ ଗୋଲେଇ ଓ ୩ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ [...]
Odiaଶ୍ରୀରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ତଦପି ଜଥା ଶୃତ ଜସି ମତି ମୋରୀ । କହିହଉଁ ଦେଖି ପ୍ରଘତି ଅତି ତୋରୀ ॥ ଉମା ପ୍ରସ୍ନ ତବ ସହଜ ସୁହାଈ । ସୁଖଦ ସଂତସଂମତ ମୋହି ଭାଈ ॥ ଭାବାର୍ଥ :- ଶ୍ରୀଶିବପାର୍ବତୀଙ୍କୁ କହିଲେ, ତୁମର ଅତ୍ୟନ୍ତ ଶ୍ରଦ୍ଧା ଆଉ ପ୍ରୀତିକୁ ଦେଖି ମୁଁ ଯେପରି ଶୁଣିଛି ଏବଂ ଯେତିକି ମୋ ବୁଦ୍ଧିରେ ସ୍ମୃତିରେ ଅଛି ସେହି ଅନୁସାରେ ମୁଁ କହିବି । ହେ ପାର୍ବତୀ ! [...]
Odiaଗୀତା ଉପଦେଶ: ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ଭଗବାନଙ୍କ କୃପା ଦ୍ୱାରା ହୋଇଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା କିଏ ବୁଝାଇବାକୁ ଯାଇ କହୁଛନ୍ତି – ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ । ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।।୨୯।। ଅର୍ଥାତ ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି । ବୈରାଗ୍ୟ ଯୁକ୍ତ ସାଧନା ଆତ୍ମଜ୍ଞାନ (ନିଜକୁ ଜାଣିବା) କରାଇଥାଏ, କିନ୍ତୁ [...]
Odiaରାଜ୍ୟରେ ବୈଧ ହେଲା ଚକବନ୍ଦୀ ଜମିର ବିକ୍ରି ଓ ହସ୍ତାନ୍ତର
ଭୁବନେଶ୍ୱର – ରାଜ୍ୟରେ ବୈଧ ହେଲା ଚକ ଜମିର ବିକ୍ରି ଓ ହସ୍ତାନ୍ତର। ଏହା ଦ୍ୱାରା ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ୧୯୭୨ର ଆଇନ ଅନୁସାରେ ପୂର୍ବରୁ ଏହି ପ୍ରକ୍ରିୟା ଅବୈଧ ଥିଲା । ଏବେ ଶୋଧିତ ଅଧିନିୟମ ନେଇ ଆଇନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ବିକ୍ରି ହୋଇଥିବା ଚକ ଜମି ବି ଏବେ ବୈଧ ବୋଲି ଧରାଯିବ । ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା [...]
Odiaଏ ବର୍ଷ ଚିଲିକାରେ ଅଧିକ ବିଦେଶୀ ଅତିଥି
ଭୁବନେଶ୍ବର – ଚିଲିକାକୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଚିଲିକାରେ ପକ୍ଷୀ ଗଣନାରୁ ଏହି ତଥ୍ୟ ମିଳିଛି । ଏ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଗଣନାରୁ ଜଣାପଡିଛି। ଆଜି ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା । ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଅଛନ୍ତି । ଚିଲିକା ବନ୍ୟପ୍ରାଣୀ [...]
Odiaଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ସମ୍ବଲପୁର ଲୋକମହୋତ୍ସବ ୨୦୨୪ ଉଦ୍ଘାଟିତ
ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ପ୍ରଥମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶଙ୍ଖବାଦ୍ୟ ମଧ୍ୟରେ ମ୍ୟୁନିସିପାଲିଟି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦ୍ୱାରା ମା ସମଲେଈଙ୍କ ପ୍ରତିକୃତିରେ ପୂଜା ପରେ ୫ଟା. ୨୦ମିରେ ଲୁପ୍ତପ୍ରାୟ ବାଦ୍ୟରେ ପାରମ୍ପରିକ ଘୁଡକା ବାଦ୍ୟ ପରିବେଶିତ ହୋଇଥିଲା।ବାଦ୍ୟକାର ଥିଲେ ଚୂଡାମଣି ବାଗ ଓ ପ୍ରୟାଗରାଜ ବେହେରା। ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଫଟୋ,ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ପ୍ରଥମ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା [...]
Odiaଲକ୍ଷାଧିକ ନଗଦ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ
ନବରଙ୍ଗପୁର – ଲକ୍ଷାଧିକ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଜଗନ୍ନାଥପୁର ବିଟ୍ର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀଙ୍କୁ ଧରିଛି ଭିଜିଲାନ୍ସ । ବାଇକରେ ଯାଉଥିବା ବେଳେ ହାତୀଗୁଡ଼ା ନିକଟ ଇନ୍ଦ୍ରାବତୀ ବ୍ରିଜ୍ ଉପରେ ଫରେଷ୍ଟ ଗାର୍ଡଙ୍କୁ ଅଟକାଇ ଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ୧ ଲକ୍ଷ ୫୩ ହଜାର ଟଙ୍କା ମିଳିଥିଲା । ଏଣେ ପରିମାଣ ଟଙ୍କା କୁଆଡୁ ଆସିଲା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ [...]
ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଯାଇଥିବା ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ଼ର ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଶେଷଥର ପାଇଁ ପାଣ୍ଡିଆନ ସୁନ୍ଦରଗଡ଼ ଯାଇଥିବା ବେଳେ ମନ୍ଦିରର ଉନ୍ନତି ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଏହାଛଡା ୫-ଟି ଅଧ୍ୟକ୍ଷ ରାଉରକେଲାରେ ବେଦବ୍ୟାସ ମନ୍ଦିର, ଘୋଗରର ଶିବ ମନ୍ଦିର ଓ ବେଲସରା ଶିବ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର [...]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗାଁ ଗାଁରେ ଉତ୍ସାହ: ଘରକୁ ଘର ବୁଲି ସଂଗ୍ରହ ହେବ ଚାଉଳ ଗୁଆ
ଛତ୍ରପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼େ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଦେଶର ଚାରିଧାମରୁ ଅନ୍ୟତମ ପୁରୀ ଶ୍ରୀମନ୍ଦିରର ରୂପାନ୍ତରୀକରଣ ଅନ୍ତର୍ଗତ ମନ୍ଦିର ଓ ଚତୁଃପାର୍ଶ୍ଵର ନବକଳେବର ପ୍ରକ୍ରିୟା ସମସ୍ତ ଭକ୍ତଙ୍କୁ ଆକୃଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଏହି ବହୁ ପ୍ରତିକ୍ଷୀତ ଓ ସ୍ବପ୍ନର ମେଗା ଆଧ୍ୟାତ୍ମିକ ପ୍ରକଳ୍ପ ଆଗାମୀ ଦିନରେ ଓଡ଼ିଶାକୁ ବିଶ୍ବର ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ପରିଚୟ ପ୍ରଦାନ କରିବ। ଏହି [...]
