Odiaଗୀତା ଉପଦେଶ: ଯେଉଁମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଶକ୍ନୋତୀହୈବ ଯଃ ସୋଢ଼ୁଂ ପ୍ରାକ୍ଶରୀରବିମୋକ୍ଷଣାତ୍। କାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ। ଅର୍ଥାତ:- ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ,କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି,ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି। ( ଗୀତା ୫ମ ଅ।୨୩ ଶ୍ଲୋକ )
Odiaଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବ ନାହିଁ: ଆଇନ ମନ୍ତ୍ରୀ
ଭୁବନେଶ୍ୱର – ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ମାସ ୮ ତାରିଖରେ ଖୋଲାଯିବ ବୋଲି ଏଏସଆଇର ଜଣେ ଅଧିକାରୀ କହିଥିଲେ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ନିଷ୍ପତ୍ତି ହୋଇନି ବୋଲି କହିବା ପରେ ସଂଶୟ ସୃଷ୍ଟି ହୋଇଛି। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏ ସଂପର୍କରେ ଛତିଶା ନିଯୋଗ ବୈଠକରେ କିଛି ବି ନିଷ୍ପତ୍ତି ହୋଇନି। ଜଣେ ଏଏସ ଆଇ [...]
Odiaନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ , ପ୍ରସନ୍ନ ଆଚାର୍ଯ୍ୟ ଉପନେତା
ଭୁବନେଶ୍ବର – ନବୀନ ପଟ୍ଟନାୟକ ନବନିର୍ବାଚିତ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ନବୀନ ହେବେ ବିରୋଧୀ ଦଳ ନେତା । ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ବରଗଡ଼ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳର ଉପନେତା କରାଯାଇଛି। ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ [...]
Odiaଜୁଲାଇ ୮ ତାରିଖରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର
ପୁରୀ – ଜୁଲାଇ ୮ ତାରିଖରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଆଜି ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥର ଲେଜର ସ୍କାନିଂ କରାଯାଇଛି । ସ୍କାନିଂରେ କ୍ରାକ୍ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ଏହାକୁ ଖୋଲାଯାଇ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ । ଏଏସ୍ଆଇ କହିଛନ୍ତି, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଅଯାଇଛି। କୋର କମିଟି, ଟେକନିକାଲ କମିଟି [...]
Odiaସୁରମା ପାଢ଼ୀ ହେବେ ବିଧାନସଭା ବାଚସ୍ପତି, ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର – ରଣପୁର ବିଜେପି ବିଧାୟିକା ସୁରମା ପାଢ଼ୀ ବିଧାନସଭାର ନୂଆ ବାଚସ୍ପତି ହେବା ନିଶ୍ଚିତ ହୋଇଛି। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ପ୍ରାର୍ଥିପତ୍ର ଦାଖଲର ନିର୍ଦ୍ଧାରିତ ସମୟ ସୀମା ଦିନ ୧୨ଟା ଥିଲା । ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ସେ ବାଚସ୍ପତି ହେବା ନିଶ୍ଚିତ ହୋଇଛି। ଏ ନେଇ କେବଳ ଔପଚାରିକ ଘୋଷଣା କରାଯିବ [...]
Odiaଡିପଥେରିଆ ମୁକାବିଲା ପାଇଁ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍ ଟିକା
ଭୁବନେଶ୍ୱର – ବ୍ୟାପୁଥିବା ଡିପଥେରିଆ ସଂକ୍ରମଣର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ଆଜିଠାରୁ ପ୍ରଭାବିତ ଅଞ୍ଚଳରେ ବୁଷ୍ଟର ଡୋଜ୍ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ ଟିକା । ୧ ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍ । ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। [...]
Odiaଆଜି ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ବର – ଆଜି ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ଆଜି ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳର ନେତା ନିର୍ବାଚନ କରାଯିବ। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନାଯୋଗ୍ୟ ଯେ, ସପ୍ତଦଶ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି। ଆଜି ଅପରାହ୍ନ ୪ଟା ୩୦ରେ ଶଙ୍ଖଭବନରେ ବିଧାୟକ [...]
Odiaଆଜି ଗଞ୍ଜାମ ଜିଲ୍ଲାର ୧୫ ବ୍ଲକ୍, ସହରାଞ୍ଚଳରେ ପ୍ରାକୃତିକ ଦୁର୍ବିପାକ ପ୍ରଶମନ ମକଡ୍ରିଲ୍
ଛତ୍ରପୁର: ବିପର୍ଯ୍ୟୟ ଯେକୌଣସି ସମୟରେ ଘଟିପାରେ। ବାତ୍ୟା ହେଉ କି ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟ, ତାହାର ମୁକାବିଲା ସକାଶେ ଆଗୁଆ ପ୍ରସ୍ତୁତି ଓ ଅଭ୍ୟାସ ଥିଲେ ହିଁ ଅଧିକରୁ ଅଧିକ ଧନଜୀବନ ସୁରକ୍ଷିତ ରଖିହେବ। ଗଞ୍ଜାମ ଜିଲ୍ଲା କେବଳ ଯେ ଆମ ରାଜ୍ୟ ନୁହେଁ ବରଂ ସାରା ଦେଶରେ ଅନ୍ୟତମ ପ୍ରାକୃତିକ ଦୁର୍ବିପାକପ୍ରଵଣ ଜିଲ୍ଲା ଭାବେ ପରିଗଣିତ ହୁଏ। ବିସ୍ତୀର୍ଣ୍ଣ ବେଳାଭୂମି ଥିବା ହେତୁ ଏଠାରେ ସୁନାମି ଆଶଙ୍କା ମଧ୍ୟ ଲାଗି [...]
Odiaଭଞ୍ଜନଗର ସହରତଳି ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ: ବନ ବିଭାଗ ଟ୍ରାପ୍ କ୍ୟାମେରା ଖଞ୍ଜିଲା
ଭଞ୍ଜନଗର: ସହରତଳି କେଏସୟୁବି କଲେଜ ନିକଟ ଲଣ୍ଡେଇ ସାହି ରାମକୃଷ୍ଣ ନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ବାଘ ଭଳି ଦିଶୁଥିବା ଏକ ଜନ୍ତୁ ଘୁରି ବୁଲୁଥିବା, ଏପରିକି ଅଞ୍ଚଳର ବାଲି ମାଟିରେ ଉକ୍ତ ଜନ୍ତୁର ପାଦ ଚିହ୍ନ ଠାବ କରାଯିବା ପରେ ଲୋକେ ଏହା ଏକ କଲରାପତରିଆ ବାଘ ବୋଲି ଆଶଙ୍କା କରି ଭୟଭୀତ ହୋଇ ଉଠିଛନ୍ତି। ସେପଟେ ଏହି ଜନ୍ତୁଟି ବାସ୍ତବରେ କ’ଣ ତାହା ଜାଣିବା [...]
Odiaଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ
ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳିତ ହୋଇଯାଇଛି। ଏହିଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀ ମଦନମୋହନ ଙ୍କୁ ବେଶ କରାଯାଇଥିଲା। ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କି ରେ ଅଧିଷ୍ଠିତ କରାଇଥିଲେ। [...]
