Odiaଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣାର ତଦନ୍ତ ଆରମ୍ଭ, ୪ ଅଟକ
ଭୁବନେଶ୍ୱର – ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିବା ଫୋକସ ଲାଇଟ ଖୋଲାଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ। ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍ ପରେ ପୁରୀ ଜିଲ୍ଲାପାଳ କହିଛନ୍ତି, [...]
Odiaକୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷଙ୍କ ବିୟୋଗ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରର ଓ ଦିଗପହଣ୍ଡି ଉଭୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଆଜି ଭୋର ପ୍ରାୟ ୫ଟାରେ ପରଲୋକ ଘଟିଛି। ସେ ଲିଭର୍ ଜଣ୍ଡିସ ରୋଗ ପାଇଁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ପ୍ରାୟ ମାସେ ହେବ ଚିକିତ୍ସାଧୀନ ଥିଲେ। ୨୦୦୭ରେ ନିଜ ଗାଁ କୁକୁଡାଖଣ୍ଡିରୁ ସରପଞ୍ଚ, ୨୦୧୨ରେ ଜିଲ୍ଲା ପରିଷଦ ସଭ୍ୟ, ୨୦୧୭ରୁ ଏଯାବତ୍ ଲଗାତାର ଦୁଇ ଥର ବ୍ଲକ୍ ଅଧ୍ୟକ୍ଷ ପଦ (କଙ୍କିଆ ଓ ଡେଙ୍ଗାପଦର [...]
Odiaଟି-୨୦ ବିଶ୍ୱକପ: ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ରୋମାଞ୍ଚକ ବିଜୟ
ଡାଲାସ: ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶ ୨୦୧୪ର ଚାମ୍ପିୟନ ଶ୍ରୀଲଙ୍କାକୁ ଦୁଇ ୱିକେଟରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାକୁ ପ୍ରଥମ ଥର ପାଇଁ ହରାଇଛି ବାଂଲାଦେଶ । ବାଂଲାଦେଶ ଟସ୍ ଜିତି ଶନିବାର ଡାଲାସର ଗ୍ରାଣ୍ଡ୍ ପ୍ରେୟରୀ ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା । ୧୨୪ ରନର ବିଜୟ ଲକ୍ଷ୍ୟର ଜବାବରେ ବାଂଲାଦେଶ [...]
Odiaଟି-୨୦ ବିଶ୍ୱକପ୍: ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଆଫଗାନିସ୍ତାନ
ପ୍ରୋଭିଡେନ୍ସ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଆଉ ଏକ ବିପର୍ଯ୍ୟୟ ଘଟିଛି | ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଆଫଗାନିସ୍ତାନ ୮୪ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି । ଯେକୌଣସି ଫର୍ମାଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ | ଏହାପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ଆଫଗାନିସ୍ତାନ ବିପକ୍ଷ ସମସ୍ତ ୪ଟି ମ୍ୟାଚ୍ ଜିତିଥିଲା ନ୍ୟୁଜିଲ୍ୟାଣ୍ଡ । ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ [...]
Odiaଆଉ ନାହାନ୍ତି ମିଡିଆ ମୋଗଲ ରାମୋଜୀ ରାଓ
ହାଇଦ୍ରାବାଦ – ପ୍ରସିଦ୍ଧ ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ଶିଳ୍ପପତି ରାମୋଜୀ ରାଓ ଆଉ ନାହାନ୍ତି। ଇନାଡୁ ଓ ରାମୋଜୀ ଗ୍ରୁପ୍ ପ୍ରତିଷ୍ଠାତା ଆଜି ସକାଳେ ୮୭ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାମୋଜୀ ଫିଲ୍ମ ସିଟି ସ୍ଥିତ ବାସଭବନରୁ ଗତକାଲି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏକ ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରି ରାମୋଜୀ ରାଓ ଏକ ସଫଳ [...]
Odiaମୋଦୀଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି, ରବିବାର ଶପଥ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି । ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ରବିବାର (ଜୁନ୍ ୯) ଶପଥ ନେବେ । ଜବାହାରଲାଲ ନେହେରୁଙ୍କ ପରେ ମୋଦୀ ଭାରତର ପ୍ରଥମ ନେତା ଭାବେ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପୁରୁଣା ସଂସଦର ସେଣ୍ଟ୍ରାଲ୍ ହଲ୍ [...]
Odiaଜୁଲାଇ ୨ରୁ ରଙ୍ଗେଇଲୁଣ୍ଡା ଠାରେ ସେନାରେ ଭର୍ତ୍ତି ରାଲି
ବ୍ରହ୍ମପୁର: ଆସନ୍ତା ମାସ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପଡ଼ିଆରେ ସେନାରେ ଭର୍ତ୍ତି ରାଲି ଅନୁଷ୍ଠିତ ହେବ। ଅଗ୍ନିବୀର ଯୋଜନାରେ ସେନାବାହିନୀରେ ଭର୍ତ୍ତି ନିମନ୍ତେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାର ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ଓ ଦକ୍ଷ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏଥିପାଇଁ କସ୍ମିନ କାଳେ ଲାଞ୍ଚ ପ୍ରଦାନ କିମ୍ବା ଗ୍ରହଣକୁ ପ୍ରଶ୍ରୟ ଦିଆଯାଉ ନାହିଁ। ଉଭୟ ଦଣ୍ଡନୀୟ ଅପରାଧ ବୋଲି [...]
Odiaଭାରତୀୟ ଫୁଟବଲରେ ଯୁଗାବସାନ: ସୁନୀଲ ଛେତ୍ରୀଙ୍କ ସନ୍ନ୍ୟାସ
କୋଲକାତା: ଭାରତୀୟ ଫୁଟବଲର ପୋଷ୍ଟର ବୟ ସୁନୀଲ ଛେତ୍ରୀ ନିଜ ଗୌରବମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଗୁରୁବାର କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଛନ୍ତି ଏହି ସୁପରଷ୍ଟାର । କୁଏତ ବିପକ୍ଷ ବିଶ୍ଵକପ୍ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ—୨ ମ୍ୟାଚ୍ ଖେଳି ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଛନ୍ତି। ଏଥିସହ ଭାରତୀୟ ଫୁଟବଲରେ ଏକ ଯୁଗର ଅବସାନ ଘଟିଛି । ଏହି ମ୍ୟାଟି ଗୋଲଶୂନ୍ୟ ରହି ଶେଷ ହୋଇଥିଲେ ମଧ୍ୟ ୧୪୦ କୋଟି କୁଏତ [...]
Odiaଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ଓଭରରେ ପାକିସ୍ତାନକୁ ହରାଇଲା ଆମେରିକା
ଡାଲାସ୍: ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟାଇଛି ଆମେରିକା। ଗୁରୁବାର ଅନୁଷ୍ଠିତ ଏକ ମ୍ୟାଚରେ ଆମେରିକା ସୁପର ଓଭରରେ ପୂର୍ବତନ ଚାମ୍ପିୟନ ପାକିସ୍ତାନକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି। ଟସ୍ ହାରି ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୫୯ ରନ୍ କରିଥିଲା । ଜବାବରେ ଆମେରିକା ମଧ୍ୟ ୩ ଓ୍ବିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା। ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ସୁପର ଓଭରରେ ପାକିସ୍ତାନର ଅଭିଜ୍ଞ [...]
Odiaଶ୍ରୀ ରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସଖି ଜସ ରାମ ଲଖନ କର ଜୋଟା । ତୈସେଇ ଭୂପ ସଂଗ ହୁଇ ଢୋଟା ॥ ସ୍ୟାମ ଗୌର ସବ ଅଂଗ ସୁହାଏ । ତେ ସବ କହହିଂ ଦେଖି ଜେ ଆଏ ॥ ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ [...]
