Odiaଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ଭେଟ
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ଵକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସୁପର ସଣ୍ଡେରେ ସୁପର ମୁକାବିଲା ପାଇଁ ପ୍ରସ୍ତୁତ ନ୍ୟୁୟର୍କରେ। କ୍ରିକେଟ ପ୍ରେମୀ ମଧ୍ୟ ଉଲ୍ଲସିତ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ଯରେ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ ନ ଥିବା ବେଳେ ବିଶ୍ବକପ୍ ପରି ଆଇସିସି ଇଭେଣ୍ଟ ଉପରେ ଫ୍ୟାନ ମାନଙ୍କ ନଜରରେ ରହିଥାଏ। ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ। ଭାରତ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିବା ବେଳେ ଚଳିତ ଟୁର୍ନାମେଣ୍ଟର [...]
Odiaଆଜି ମୋଦୀଙ୍କ ଶପଥ, ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ହେବେ ଆସୀନ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ଏପରି କୀର୍ତ୍ତିମାନ ହାସଲ କରିବାରେ ମୋଦୀ ହେବେ ଭାରତର ଦ୍ୱିତୀୟ ରାଜନେତା । ଏନଡିଏର ବିଭିନ୍ନ ସହଯୋଗୀ ଦଳଙ୍କ ଭାଗରେ ନୂଆ ସରକାରରେ କେତୋଟି ମନ୍ତ୍ରୀ ପଦ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଅମିତ ଶାହା ଏବଂ ରାଜନାଥ ସିଂହଙ୍କ ବ୍ୟତୀତ ଦଳର ସଭାପତି ଜେପି ନଡ୍ଡା ଏନେଇ ତେଲୁଗୁ [...]
Odiaବିପ୍ଳବୀ ସହିଦ୍ ବିର୍ସା ମୁଣ୍ଡା
(ତିରୋଧାନ ଦିବସ ଅବସରରେ ବୀର ସହିଦ୍ ଙ୍କୁ ଶଦ୍ଧାଞ୍ଜଳି) ଭାରତର ସ୍ବାଧୀନତା ସଂଗ୍ରାମ ପାଇଁ ବିପ୍ଳବୀ ସହୀଦ୍ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ। ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା, ‘ଆବୁଆ ରାଜ ଏଟେଏ ଯାନା, ମହାରାଣୀ ରାଜ ତୁଣ୍ଡୁ ଯାନା’ (ଏହାର ଅର୍ଥ- ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ), ତାହାହିଁ ଥିଲା ଇଂରେଜମାନଙ୍କ ବିରୁଦ୍ଧରେ ପ୍ରତିବାଦର ପ୍ରତିଫଳନ। [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
Odiaଗୀତା ଉପଦେଶ: “ଯୋଗୀ ପାଇଁ ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ।* ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ।* ଅର୍ଥାତ:- ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ। ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି,ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ। ( ଗୀତା ଧ୍ୟାନ ଯୋଗ)
Odiaବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଲେ ୨ ଏନଆଇଟି ଛାତ୍ର, ୪ ଉଦ୍ଧାର
ରାଉରକେଲା – ବ୍ରାହ୍ମଣୀ ନଦୀରେ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡ଼ି ଏନ୍ଆଇଟିର ଦୁଇ ଛାତ୍ର ପ୍ରାଣ ହରାଇଛନ୍ତି। ବ୍ରାହ୍ମଣୀ ନଦୀର ବେଦବ୍ୟାସ ଘାଟରେ ଏନଆଇଟିର ୬ ଜଣ ଛାତ୍ରଛାତ୍ରୀ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣଙ୍କର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ୍। ମୃତ ଦୁଇ ଛାତ୍ର ହେଲେ ପିପିଲିର ସମୀର ଶିବକୁମାର ନାୟକ ଓ ଜଳେଶ୍ବରର ରଜତ ସାହୁ । ଉଦ୍ଧାର ହୋଇଥିବା [...]
ଦୁଇ ଦିନ ଆଗରୁ ଓଡ଼ିଶା ଛୁଇଁଲା ମୌସୁମୀ : ମାଲକାନଗିରିରେ ପ୍ରବେଶ
ଭୁବନେଶ୍ୱର – ଓଡ଼ିଶା ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ପ୍ରଥମେ ପ୍ରବେଶ କରିଛା ମୌସୁମୀ । ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ତେବେ ମାଲକାନଗିରିରୁ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Odiaପରାଜୟକୁ ସାଦରେ ଗ୍ରହଣ କରୁଛୁ , ପାଣ୍ଡିଆନ ମୋ’ ଉତ୍ତରାଧିକାରୀ ନୁହଁନ୍ତି: ନବୀନ ପଟ୍ଟନାୟକ
ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହାରିବାକୁ ହୁଏ ନହେଲେ ଜିତିବାକୁ ହୁଏ । ଦୀର୍ଘ ବର୍ଷ ହେବ ଓଡ଼ିଶାବାସୀ ତାଙ୍କୁ ଆଶୀର୍ବାଦ କରିଛନ୍ତି । ବାରମ୍ବାର ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ଓ ସେ ସେମାନଙ୍କ ସେବା [...]
Odiaରାମୋଜୀ ରାଓଙ୍କ ବିୟୋଗରେ ବିଜେଡି ସୁପ୍ରିମୋଙ୍କ ଶୋକ
ଭୁବନେଶ୍ୱର – ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମିଡ଼ିଆ ଟାଇକୁନ୍ ରାମୋଜୀ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସାମ୍ବାଦିକତା ଓ ମିଡିଆ କ୍ଷେତ୍ରରେ ରାମୋଜୀ ରାଓଙ୍କ ଉତ୍ସର୍ଗୀକୃତ ମନୋଭାବ ଅବିସ୍ମରଣୀୟ। ତାଙ୍କ ଜୀବନଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି।
ଆଇପିଏସ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଇସିଆଇଙ୍କ ନିର୍ଦ୍ଦେଶ, କୁଟ୍ଟେଙ୍କ ଉପରୁ ହଟିଲା ନିଲମ୍ବନ
ଆଇପିଏସ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଇସିଆଇଙ୍କ ନିର୍ଦ୍ଦେଶ, କୁଟ୍ଟେଙ୍କ ଉପରୁ ହଟିଲା ନିଲମ୍ବନ
ନୂଆଦିଲ୍ଲୀ – ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ସ୍ୱାସ୍ଥ୍ୟାବସ୍ଥା ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆଇପିଏସ ଆଶିଷ ସିଂଙ୍କ ମେଡିକାଲ ଯାଂଚ ପାଇଁ ଗଠିତ ଏମ୍ସ ମେଡିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଏମସ ମେଡିକାଲ ବୋର୍ଡର ରିପୋର୍ଟ ଅନୁସାରେ [...]
