ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ସୋମବାର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିଜ ବୋଲିଂ ଦ୍ବାରା ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ଅନେକ ଥର ଅସୁବିଧାରେ ପକାଇଥିବା ଅଣ୍ଡରଉଡଙ୍କୁ ୬୦ ଓ ୭୦ ଦଶକର ପିଚ୍ ଗୁଡ଼ିକରେ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ଥିଲା। ଅଣ୍ଡରଉଡ୍ ଇଂଲଣ୍ଡ ପାଇଁ ୮୬ ଟେଷ୍ଟ ଖେଳି ୨୯୭ ୱିକେଟ୍ ନେଇଥିଲେ । ସେ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଓ୍ବିକେଟ୍ ହାସଲକାରୀ ସ୍ପିନର । ତାଙ୍କ ରେକର୍ଡ ଏବେ ବି ଅତୁଟ ରହିଛି।

ନିଜ ୨୪ ବର୍ଷର ପ୍ରଥମ ଶ୍ରେଣୀ କ୍ୟାରିୟରରେ ଅଣ୍ଡରଉଡ୍ ୨୪୬୫ ୱିକେଟ୍ ନେଇଥିଲେ | ୧୯୬୭ ମସିହାରେ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ସେ ୨୯ ୱିକେଟ୍ ନେଇଥିଲେ । ତାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ଉକ୍ତ ସିରିଜକୁ ୩-୧ରେ ଜିତିଥିଲା। ୧୯୩୩-୩୪ର‌ ଭାରତ ଗସ୍ତ ପରେ ଏହା ଇଂଲଣ୍ଡର ପ୍ରଥମ ବିଜୟ ଥିଲା | ଟେଷ୍ଟ କ୍ରିକେଟରେ ଅଣ୍ଡରଉଡ୍ ଗାଭାସ୍କରଙ୍କୁ ସର୍ବାଧିକ ୧୨ ଥର ଆଉଟ୍ କରିଥିଲେ। ନିକଟରେ ଗାଭାସ୍କର ମଧ୍ୟ ଉଲ୍ଲେଖ କରିଥିଲେ ଯେ, ‘କୌଣସି ପିଚରେ ବି ଅଣ୍ଡରଉଡଙ୍କୁ ସାମ୍ନା କରିବା ବହୁତ କଷ୍ଟସାଧ୍ୟ ଥିଲା | ସେ ଏତେ ସଠିକ୍ ବୋଲିଂ କରୁଥିଲେ । କେବଳ ଷ୍ଟମ୍ପ ଉପରେ ବଲ୍ ପକାଉଥିଲେ ଅଣ୍ଡରଉଡ୍।”

Comments are closed.