ଫାଇଜରର ନୂଆ କୋଭିଡ ବଟିକା ‘ପାକ୍ସଲୋଭିଡ’କୁ ୟୁରୋପୀୟ ସଂଘର ମଞ୍ଜୁରି, ଓମିକ୍ରନ୍ ଭାରିଆଣ୍ଟର କରିପାରିବ ମୁକାବିଲା

ଲଣ୍ଡନ:ୟୁରୋପୀୟ ସଂଘ ଔଷଧ ନିୟନ୍ତ୍ରକ ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜରର ନୂଆ କୋଭିଡ ଔଷଧ ‘ପାକ୍ସଲୋଭିଡ’କୁ ମଞ୍ଜୁରି ଦିଆଯାଇଛି | ୟୁରୋପୀୟ ସଂଘର ଡ୍ରଗ୍ ରେଗୁଲେଟର ସଦସ୍ୟ ଦେଶମାନଙ୍କୁ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ଭାରିଆଣ୍ଟକୁ ମୁକାବିଲା କରିବା ପାଇଁ ଫାଇଜରର ଏହି କୋଭିଡ ବଟିକା ବ୍ୟବହାର କରିବାକୁ ଅନୁମତି ଦେଇଛି | ତେବେ ଏଯାବତ୍ ଏହାର ଔପଚାରିକ ଅନୁମୋଦନ ହୋଇନାହିଁ | କରୋନାର ନୂଆ ଲହରକୁ ରୋକିବା ପାଇଁ ଏହାକୁ କେବଳ ଜରୁରୀକାଳୀନ ପଦକ୍ଷେପ ଭାବରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି |

ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର କହିଛି ଯେ ଓମିକ୍ରନର ମୁକାବିଲା କରିବା ପାଇଁ ଏହି ଔଷଧ ଏକ ନୂଆ ଉପଚାର ଭାବେ ବ୍ୟବହାର କରାଯିବ | କମ୍ପାନୀ ଦାବି କରିଛି ଯେ ଏହି ଔଷଧ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ରୋଗୀମାନଙ୍କ ମୃତ୍ୟୁ ଆଶଙ୍କା ପ୍ରାୟ ୯୦ ପ୍ରତିଶତ ଯାଏଁ ହ୍ରାସ ହୋଇପାରିବ। ୟୁରୋପୀୟ ମେଡିସିନ୍ ଏଜେନ୍ସି କହିଛି ଯେ ଫାଇଜର ର ଔଷଧ ୟୁରୋପୀୟ ସଂଘର ଦେଶମାନଙ୍କରେ ଏପର୍ଯ୍ୟନ୍ତ ଅନୁମୋଦିତ ନୁହେଁ କିନ୍ତୁ କୋଭିଡ୍-୧୯ର ଆକ୍ରାନ୍ତ ବୟସ୍କ ତଥା ଯେଉଁମାନେ ସପ୍ଲିମେଣ୍ଟାରୀ ଅମ୍ଳଜାନ ଆବଶ୍ୟକ କରନ୍ତି ନାହିଁ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ | ଏହି ଔଷଧ ମାଧ୍ୟମରେ ରୋଗୀମାନଙ୍କୁ ଚିକିତ୍ସା କରାଯାଇପାରିବ। ଏହି କୋଭିଡ ବଟିକା ବ୍ୟବହାର କରିବାକୁ ଅନୁମତି ଦେଇଛି | ତେବେ ଏଯାବତ୍ ଏହାର ଔପଚାରିକ ଅନୁମୋଦନ ହୋଇନାହିଁ | କରୋନାର ଏକ ନୂଆ ଲହରକୁ ରୋକିବା ପାଇଁ ଏହାକୁ କେବଳ ଜରୁରୀକାଳୀନ ପଦକ୍ଷେପ ଭାବରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି |

ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର କହିଛି ଯେ ଓମିକ୍ରନର ମୁକାବିଲା କରିବା ପାଇଁ ଏହି ଔଷଧ ଏକ ନୂଆ ଉପଚାର ଭାବେ ବ୍ୟବହାର କରାଯିବ | କମ୍ପାନୀ ଦାବି କରିଛି ଯେ ଏହି ଔଷଧ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ରୋଗୀମାନଙ୍କ ମୃତ୍ୟୁ ଆଶଙ୍କା ପ୍ରାୟ ୯୦ ପ୍ରତିଶତ ଯାଏଁ ହ୍ରାସ ହୋଇପାରିବ। ୟୁରୋପୀୟ ମେଡିସିନ୍ ଏଜେନ୍ସି କହିଛି ଯେ ଫାଇଜର ର ଔଷଧ ୟୁରୋପୀୟ ସଂଘର ଦେଶମାନଙ୍କରେ ଏପର୍ଯ୍ୟନ୍ତ ଅନୁମୋଦିତ ନୁହେଁ କିନ୍ତୁ କୋଭିଡ୍-୧୯ର ଆକ୍ରାନ୍ତ ବୟସ୍କ ତଥା ଯେଉଁମାନେ ସପ୍ଲିମେଣ୍ଟାରୀ ଅମ୍ଳଜାନ ଆବଶ୍ୟକ କରନ୍ତି ନାହିଁ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ | ଏହି ଔଷଧ ମାଧ୍ୟମରେ ରୋଗୀମାନଙ୍କୁ ଚିକିତ୍ସା କରାଯାଇପାରିବ।

Comments are closed.