ଓମିକ୍ରନ୍ ବିରୋଧରେ କପଡ଼ା ମାସ୍କ ସୁରକ୍ଷିତ ନୁହେଁ, ଡବଲ୍ ଲେୟର ମାସ୍କ ପିନ୍ଧିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦ ସମଗ୍ର ବିଶ୍ୱରେ ବଢ଼ି ଚାଲିଛି | ଓମିକ୍ରନର ପ୍ରସାର ରୋକିବା ପାଇଁ ଅନେକ ଦେଶ ମଧ୍ୟ ପୁଣି କଟକଣା ଲଗାଇବା ଆରମ୍ଭ କରିଛନ୍ତି | ଓମିକ୍ରନ୍ ବିରୋଧରେ ଟିକାକରଣର ପ୍ରଭାବ ସମ୍ପର୍କରେ ଯାଞ୍ଚ୍ ଚାଲିଛି। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାର ଏହି ନୂଆ ଷ୍ଟ୍ରେନ୍ ଡେଲଟା ଅପେକ୍ଷା ତିନି ଗୁଣ ଅଧିକ ସଂକ୍ରାମକ । ଓମିକ୍ରନର ଆତଙ୍କ ମଧ୍ୟରେ ମାସ୍କର ପ୍ରଭାବ ଉପରେ ମଧ୍ୟ ପ୍ରଶ୍ନ ଉଠିଛି | ରଙ୍ଗୀନ ଏବଂ ପୁନଃ ବ୍ୟବହାର ଯୋଗ୍ୟ କପଡ଼ା ମାସ୍କ ସୁରକ୍ଷିତ କି ନାହିଁ ତାହା ବିଚାର କରିବାକୁ ଓମିକ୍ରନ୍ ଆମକୁ ବାଧ୍ୟ କରିଛି |

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଫେସର ଟ୍ରିଶ୍ ଗ୍ରୀନହାଲ୍ଗ କହିଛନ୍ତି ଯେ କପଡ଼ା ମାସ୍କ ନିରାପଦ ହୋଇପାରେ ଏବଂ ବିପଜ୍ଜନକ ବି ହୋଇପାରେ। ଏଥିରେ ବ୍ୟବହାର ହେଉଥିବା କପଡ଼ା ଉପରେ ଏହା ନିର୍ଭର କରେ |

ପ୍ରଫେସର ଗ୍ରୀନହାଲ୍ଗଙ୍କ କହିବା ଅନୁଯାୟୀ, ଅନେକ ସାମଗ୍ରୀର ମିଶ୍ରଣରୁ ନିର୍ମିତ ଡବଲ୍ କିମ୍ବା ଟ୍ରିପଲ୍ ଲେୟର ମାସ୍କ ଓମିକ୍ରନ୍ ଭଳି ଭାରିଆଣ୍ଟ ବିରୋଧରେ ଅଧିକ ପ୍ରଭାବଶାଳୀ ହୋଇପାରେ । କିନ୍ତୁ ଅଧିକାଂଶ କପଡା ମାସ୍କ କେବଳ “ଫ୍ୟାଶନ୍ ଆକ୍ସେସରିଜ୍” ହୋଇଥାଏ |

ଅଧିକ ସଂକ୍ରାମକ ଓମିକ୍ରନ୍ କାରଣରୁ ସମଗ୍ର ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ଓମିକ୍ରନକୁ ରୋକିବାକୁ ବିଭିନ୍ନ ଦେଶ ପୁଣି କଟକଣା କଡାକଡି କରୁଛନ୍ତି। ଏହି ମାସର ଆରମ୍ଭରେ ବ୍ରିଟେନ ସର୍ବସାଧାରଣ ପରିବହନ, ଦୋକାନ ଏବଂ କିଛି ଇନଡୋର ଜାଗାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ​​| ମହାମାରୀ ସମୟରେ ବିଭିନ୍ନ ସ୍ଥାନର ଅଧିକାରୀମାନେ ମାସ୍କ ପିନ୍ଧିବା ଏବଂ ମାସ୍କ ଚୟନ ବିଷୟରେ ବିଭିନ୍ନ କଥା କହିଛନ୍ତି।

ପ୍ରଫେସର କହିଛନ୍ତି ଯେ କପଡା ମାସ୍କର ସବୁଠାରୁ ବଡ ସମସ୍ୟା ହେଉଛି ଯେ ଏହା କୌଣସି ପ୍ରକାରର ସ୍ୱାସ୍ଥ୍ୟ ମାନଦଣ୍ଡ ପୂରଣ କରେନାହିଁ | କିନ୍ତୁ ଏନ୍୯୫ ରିସେପ୍ଟର ମାସ୍କର ଅପେକ୍ଷାକୃତ ସୁରକ୍ଷିତ ହୋଇଥାଏ ।
କାନାଡ଼ା ସରକାର ସିଙ୍ଗଲ୍ ଲେୟର୍ କପଡା ମାସ୍କ ଛାଡିବାକୁ ଟାଇଟ୍ ଫିଟ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.