ରାଜଧାନୀରୁ ଜାଲ ନୋଟ୍ ଜବତ

ଭୁବନେଶ୍ବର- ଭୁବନେଶ୍ବରରୁ ଜବତ ପୁଳାପୁଳା ଜାଲ ନୋଟ ଜବତ ହୋଇଛି । ଖାରବେଳନଗର ଥାନା ଅଞ୍ଚଳରୁ ୬ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ ।
ପୋଲିସ ସୂଚନା ଅନୁସାରେ, ଅସଲି ୫ଲକ୍ଷ ଟଙ୍କା ବଦଳରେ ମିଳୁଥିଲା ନକଲି ୬ଲକ୍ଷ ଟଙ୍କା । ଏମିତି ଢଙ୍ଗରେ ଭୁବନେଶ୍ୱର ମାର୍କେଟରେ ଚାଲୁଥିଲା ନକଲି ଟଙ୍କାର କାରବାର। ଏନେଇ କୌଣସି ସୁତ୍ରରୁ ଖବର ମିଳିବା ପରେ ଖାରବେଳନଗର ଥାନା ପୋଲିସ ଚଢାଉ କରି ୬ଲକ୍ଷ ନକଲି ଟଙ୍କା , ପ୍ରିଣ୍ଟର, ଟଙ୍କା ଛପା ମେସିନ ,ଲ୍ୟାପଟପ,କାଳି ଓ ମେସିନ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛି ।

Comments are closed.