ଲକ୍ଷ୍ମୀପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟ ଗଲେ ମୃତ ଚାଷୀଙ୍କ ପରିବାର

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା | ଆଶିଷ ମିଶ୍ର ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ। ଓକିଲ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ ମୃତ ଚାଷୀଙ୍କ ପରିବାର ଏହି ପିଟିସନ ଦାଖଲ କରିଛନ୍ତି। ସେମାନେ କହିଛନ୍ତି ଯେ ଜାମିନ ପ୍ରଦାନ ବେଳେ ଅପରାଧର ଗମ୍ଭୀରତା ଉପରେ ହାଇକୋର୍ଟ ଧ୍ୟାନ ଦେଇନାହାଁନ୍ତି। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବା ଉଚିତ୍ ଥିଲା, କିନ୍ତୁ ତାହା ହୋଇନାହିଁ। ଏହାପୂର୍ବରୁ ଓକିଲ ଶିବ କୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡା ଫେବୃଆରୀ ୧୭ ରେ ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କରିବାକୁ ଆବେଦନ କରିଥିଲେ। ଫେବୃଆରୀ ୧୦ରେ ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୈ| ବେଞ୍ଚ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ।।

ଗତବର୍ଷ ଅକ୍ଟୋବର ୩ରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ଉପରେ ଏକ କାର୍ ଚଢ଼ାଇ ଦିଆଯାଇଥିଲା। ଏହି କାରଣରୁ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ସାମ୍ବାଦିକ ରମଣ କାଶ୍ୟପ ମଧ୍ୟ ନିହତ ହୋଇଥିଲେ। ଏହା ସହିତ କିଛି ଉତକ୍ଷିପ୍ତ ଚାଷୀ ବିଜେପି କର୍ମୀଙ୍କୁ ପିଟିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା।

ଓକିଲ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ନୂଆ ପିଟିସନ ଦାଖଲ କରାଯାଇଛି। ଏଥିରେ କୁହାଯାଇଛି ଯେ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଅପରାଧର ଗୁରୁତରତାକୁ ବିଚାରକୁ ନେଇନାହାଁନ୍ତି। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବା ଉଚିତ୍ ଥିଲା। କିନ୍ତୁ ତାହା ମଧ୍ୟ କରାଯାଇ ନାହିଁ। ଏହି ଆବେଦନ ପୂର୍ବରୁ ଓକିଲ ଶିବକୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡା ମଧ୍ୟ ଏହି ମାମଲାରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବାକୁ ସେ ଦାବି କରିଛନ୍ତି। ଏହାଛଡ଼ା ଏସ୍ଆଇଟିର କାର୍ଯ୍ୟ ସନ୍ତୋଷ ଜନକ ନୁହେଁ ବୋଲି ସେ କହିଥିଲେ |

Comments are closed.