ବନ୍ଦେ ଭାରତ ସହ ସମସ୍ତ ଟ୍ରେନରେ ମିଳିବ ୨୫% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ବନ୍ଦେ ଭାରତ ସହ ସମସ୍ତ ଟ୍ରେନର ଏସି ଚେୟାର କାର୍ ଏବଂ ଏକଜିକ୍ୟୁଟିଭ୍ କ୍ଲାସ୍ ଭଡ଼ାରେ ପ୍ରାୟ ୨୫% ପର୍ଯ୍ୟନ୍ତ ରିହାତି ଦେବାକୁ ନିଷ୍ପତ୍ତି ନେଇଛି ରେଳବାଇ । ତେବେ ଏହା ସିଟ୍ ଉପଲବ୍ଧତା ଉପରେ ନିର୍ଭର କରିବ । ସଂରକ୍ଷଣ ସହ ସୁପର ଫାଷ୍ଟ ସରଚାର୍ଜ, ଜିଏସିଟି ନିୟମ ପରି ଅନ୍ୟାନ୍ୟ ଚାର୍ଜ ପୂର୍ବ ପରି ଅପରିବର୍ତ୍ତିତ ରହିବ।

ରେଳ ମନ୍ତ୍ରଣାଳୟ ଏସି ସିଟିଂ ଥିବା ଟ୍ରେନରେ ରିହାତି ଭଡା ଯୋଜନା ଲାଗୁ କରିବା କ୍ଷମତା ରେଳ ଜୋନ୍ ଗୁଡ଼ିକର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

Comments are closed.