ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ଚଢ଼ାଉ

ଓ୍ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ମାର୍ ଏ ଲାଗୋ ରିସର୍ଟ ଉପରେ ଏଫବିଆଇ ଚଢ଼ାଉ କରିଛି। ଡୋନାଲ୍ଡ ଟ୍ରମ୍ପ ନିଜେ ଏକ ବିବୃତିରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓବିସି ଅଧିକାରୀମାନେ ପାମ୍ ବିଚରେ ଅବସ୍ଥିତ ମାର୍ ଏ ଲାଗୋ ଉପରେ ଚଢାଉ କରି ଏହାକୁ ସିଲ୍ କରିଛନ୍ତି। ଟ୍ରମ୍ପ ହ୍ବାଇଟ୍ ହାଉସ ଛାଡିବା ପରେ ତାଙ୍କ ସହ ଆଣିଥିବା କିଛି କାଗଜପତ୍ର ଏଫବିଆଇ ଖୋଜୁଛି । ସେଥିପାଇଁ ଏହି ଚଢ଼ାଉ ହୋଇଛି ବୋଲି କୁହାଯାଉଛି ।

ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଫ୍ଲୋରିଡାସ୍ଥିତ ତାଙ୍କର ସୁନ୍ଦର ପାମ ବିଚ୍ ଘର ମାର୍ ଏ ଲାଗୋ ଉପରେ ଏଫବିଆଇ ଚଢ଼ାଉ କରିଛି । ଏହାକୁ ଅଧିକାରୀମାନେ ସିଲ୍ କରିଦେଇଛନ୍ତି।

ଏଫବିଆଇ ଚଢ଼ାଉ ବେଳେ ଟ୍ରମ୍ପ ଫ୍ଲୋରିଡାରେ ଉପସ୍ଥିତ ନଥିଲେ ବୋଲି କୁହାଯାଇଛି ।

ଟ୍ରମ୍ପ କହିଛନ୍ତି, ଏହା ଆମ ଦେଶ ପାଇଁ ଏକ କଳା ଦିବସ। ଏହା ପୂର୍ବରୁ ଏପରି ଆମେରିକାର କୌଣସି ରାଷ୍ଟ୍ରପତିଙ୍କ ସହ ଘଟି ନଥିଲା। ଅନୁସନ୍ଧାନକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ତାଙ୍କ ଘରେ ଚଢାଉ କରାଯାଇଥିଲା। ଦେଶର ସିଷ୍ଟମକୁ ଅସ୍ତ୍ର ଭାବରେ ଦୁରୁପଯୋଗ କରାଯାଉଛି । ଏହା ସେହି ଚରମପନ୍ଥୀ ଡେମୋକ୍ରାଟ୍ସଙ୍କ ଦ୍ବାରା ଆକ୍ରମଣ, ଯେଉଁମାନେ ୨୦୨୪ ରେ ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚାହୁଁନାହାଁନ୍ତି।

Comments are closed.