ଫିଫା ଲଞ୍ଚ୍ କଲା ଷ୍ଟ୍ରିମିଂ ପ୍ଲାଟଫର୍ମ ‘ଫିଫା ପ୍ଲସ୍’

ଲଣ୍ଡନ : ଫୁଟବଲ ପ୍ରେମୀ ମାନଙ୍କ ପାଇଁ ଖୁସି ଖବର । ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭଳି ବିଶ୍ୱ ଫୁଟବଲ୍ ପରିଚାଳନା ସଂସ୍ଥା ଫିଫା ନିଜର ଏକ ଷ୍ଟ୍ରିମିଂ ପ୍ଲାଟଫର୍ମ ‘ଫିଫା ପ୍ଲସ୍’ ଲଞ୍ଚ୍ କରିଛି ‌।

ଏହି ସେବା ବିଶ୍ୱବ୍ୟାପୀ ମାଗଣା ହେବ । ଏଥିରେ ପ୍ରାୟତଃ ”ଡକ୍ୟୁମେଣ୍ଟାରୀ’ ରହିବ ଏବଂ କିଛି’ ଲାଇଭ୍ ‘ମ୍ୟାଚ୍ ର ମଧ୍ୟ ପ୍ରସାରଣ ହେବ | କିନ୍ତୁ ଏହା ଫିଫା ପାଇଁ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବାର ଏକ ମାଧ୍ୟମ ମଧ୍ୟ ହୋଇପାରେ ଯାହା ପାଇଁ ଫିଫା କିଛି ଅର୍ଥ ଚାର୍ଜ କରିପାରେ |

ଏହି ‘ଫିଫା ପ୍ଲସ୍’ ଷ୍ଟ୍ରିମିଂରେ ଫିଫା ଏହାର ସ୍ପନସର୍ ମାନଙ୍କୁ ମଧ୍ୟ ପ୍ରମୋଟ କରିବ |

ଫିଫା ଯୋଜନା ନିର୍ଦ୍ଦେଶକ ଚାର୍ଲୋଟ ବାର କହିଛନ୍ତି ଯେ ଏହି ସେବା ପାଇଁ ସବସ୍କ୍ରିପସନ୍ ଫି ଆଦାୟ କରିବାର କୌଣସି ଯୋଜନା ନାହିଁ । ତେବେ ଏହାର ଅର୍ଥ ନୁହେଁ ଯେ ଭବିଷ୍ୟତରେ ଆମେ ଏଥିରେ ପରିବର୍ତ୍ତନ କରିପାରିବୁ ନାହିଁ। ଯଦି ଆମେ ପ୍ରିମିୟମ୍ ଅଧିକାର କିମ୍ବା ଅନ୍ୟ କୌଣସି ମଡେଲ୍ ଆପଣାଇବୁ, ତେବେ ଆମେ କିଛି ‘ସବସ୍କ୍ରିପସନ୍’ ଫି ଚାର୍ଜ କରିପାରିବୁ ବୋଲି ସେ କହିଛନ୍ତି ।

Comments are closed.