ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦ ହଟାଇଲା ଫିଫା, ନିର୍ଦ୍ଧାରିତ ସମୟରେ ହେବ ଅଣ୍ଡର-୧୭ ମହିଳା ବିଶ୍ୱକପ

ଜୁରିକ୍: ଫୁଟବଲର ବିଶ୍ୱ ସଂସ୍ଥା ଫିଫା ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ଉପରୁ ନିଲମ୍ବନ ହଟାଇ ଦେଇଛି।

ସୁପ୍ରିମକୋର୍ଟ ପ୍ରଶାସକ କମିଟି ଭଙ୍ଗ କରିବା ପରେ ଫିଫା ଏହି ନିଷ୍ପତ୍ତି ନେଇଛି। ଏହାଛଡ଼ା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତରେ ଅକ୍ଟୋବରରେ ମହିଳା ଅଣ୍ଡର -୧୭ ବିଶ୍ୱକପ ଆୟୋଜନ ହେବ ବୋଲି ମଧ୍ୟ ଫିଫା ସ୍ପଷ୍ଟ କରିଛି।

“ତୃତୀୟ ପକ୍ଷଙ୍କ ଅଯଥା ହସ୍ତକ୍ଷେପ” ଦର୍ଶାଇ ଫିଫା ଅଗଷ୍ଟ ୧୫ରେ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବିତ କରିଥିଲା।

ଫିଫା ଏକ ବିବୃତ୍ତିରେ କହିଛି ଯେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଆଇଏଫ୍ଏଫ୍) ଉପରେ ଲଗାଯାଇଥିବା ନିଲମ୍ବନକୁ ହଟାଇବାକୁ ଫିଫା ପରିଷଦର ବ୍ୟୁରୋ ନିଷ୍ପତ୍ତି ନେଇଛି।

ଫଳସ୍ୱରୂପ, ଅକ୍ଟୋବର ୨୨, ୨୦୨୨ରୁ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

Comments are closed.