ହ୍ରିତିକ୍-ଦୀପିକାଙ୍କ ଚୁମ୍ବନ ଦୃଶ୍ୟ ନେଇ ‘ଫାଇଟର୍’ ନିର୍ମାତାଙ୍କୁ କୋର୍ଟ ନୋଟିସ୍

ନୂଆଦିଲ୍ଲୀ: ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫାଇଟର୍’ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମରେ ହ୍ରିତିକ୍-ଦୀପିକାଙ୍କ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟଦୀପ ଦାସ ଫିଲ୍ମ ନିର୍ମାତାଙ୍କୁ କୋର୍ଟ ନୋଟିସ୍ ପଠାଇଛନ୍ତି। ଏହାଛଡ଼ା ଚଳଚ୍ଚିତ୍ରରେ ବାୟୁସେନାକୁ ଭୁଲ ଭାବେ ଉପସ୍ଥାପନ କରାଯିବା ଅଭିଯୋଗରେ ମାନହାନି ମାମଲା ବି ରୁଜୁ ହୋଇଛି।

ଫିଲ୍ମର ଏକ ଦୃଶ୍ୟରେ ବାୟୁସେନା ୟୁନିଫର୍ମ ପିନ୍ଧି ହ୍ରିତିକ୍ ଓ ଦୀପିକା ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ଏହି ଦୃଶ୍ୟ ଉପରେ ବାୟୁସେନା ଅଧିକାରୀ ସୌମ୍ୟଦୀପ ଦାସ ଆପତ୍ତି ଉଠାଇଛନ୍ତି। ଏହି କାରଣରୁ ବାୟୁସେନା ସହ ଜଡ଼ିତ ଲୋକଙ୍କ ଭାବନା ଆହତ ହୋଇଛି । ୟୁନିଫର୍ମରେ ଚୁମ୍ବନ ଦୃଶ୍ୟ ବାୟୁସେନା ଓ ଏହାର ଅଧିକାରୀଙ୍କ ଛବି ଖରାପ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ‘ଫାଇଟର୍’ ନିର୍ମାତାମାନଙ୍କୁ ଜାରି ନୋଟିସରେ ସେ ଚୁମ୍ବନ ଦୃଶ୍ୟ ହଟାଇବା ସହ କ୍ଷତିପୂରଣ ଦାବି କରିଛନ୍ତିି ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଜାନୁଆରୀ ୨୫ରେ ମୁକ୍ତିଲାଭ କରିଥିଲା । ୨୫୦ କୋଟିରେ ନିର୍ମିତ ଏହା ହେଉଛି ଭାରତର ପ୍ରଥମ ଏରିଆଲ୍ ଆକ୍ସନ୍ ଫିଲ୍ମ | ତେବେ ବକ୍ସ ଅଫିସରେ ଏହା ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଏହି ଫିଲ୍ମରେ ହ୍ରିତିକ ଓ ଦୀପିକାଙ୍କ ବ୍ୟତୀତ ଅନିଲ କପୁର, କରଣ ସିଂ ଗ୍ରୋଭର ଏବଂ ଅକ୍ଷୟ ଓବରୟ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତିି ।

Comments are closed.