ପତ୍ନୀଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ: ଫିଲ୍ମ ନିର୍ମାତା କମଲ ମିଶ୍ର ଗିରଫ

ମୁମ୍ବାଇ: ପତ୍ନୀଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ଫିଲ୍ମ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇର ଆମ୍ବୋଲି ପୋଲିସ ଥାନାରେ ଏନେଇ ମିଶ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କୁ ଗତକାଲି ରାତିରେ ମୁମ୍ବାଇ ପୋଲିସ ଗିରଫ କରିଛି । ଆଜି ତାଙ୍କୁ ମୁମ୍ବାଇର ଅନ୍ଧେରୀ କୋର୍ଟରେ ହାଜର କରାଯିବ।

ଫିଲ୍ମ ନିର୍ମାତା କମଲ କିଶୋର ମିଶ୍ର ପ୍ରଥମେ ତାଙ୍କ ପତ୍ନୀଙ୍କୁ କାରରେ ଧକ୍କା ଦେଇଥିଲେ ଓ ପରେ ତାଙ୍କ ଉପରେ କାର୍ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ଅମ୍ବୋଲି ପୋଲିସ ଫିଲ୍ମ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରିଛି।

ଅକ୍ଟୋବର ୧୯ରେ ପଶ୍ଚିମ ଅନ୍ଧେରୀର ଏକ ଭିଆଇପି ଅଞ୍ଚଳର ପାର୍କିଂ ସ୍ଥଳରେ ଏହି ଘଟଣା ଘଟିଥିଲା। କମଲ ମିଶ୍ର ନିଜ ପତ୍ନୀଙ୍କୁ କାର୍ ମଡାଇ ହତ୍ୟା କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଥିଲା । ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖି ଦେବାରୁ କମଲ ମିଶ୍ର ତାଙ୍କ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ ।

Comments are closed.