‘କାଳୀ’ ପୋଷ୍ଟରକୁ ନେଇ ବିବାଦ, ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ବିରୋଧରେ ମାମଲା ରୁଜୁ କଲେ ଦିଲ୍ଲୀ, ୟୁପି ପୋଲିସ

ନୂଆଦିଲ୍ଲୀ: ହିନ୍ଦୁ ଦେବୀ ମା’ କାଳୀ ସିଗାରେଟ୍ ଟାଣୁଥିବା ଏକ ଫିଲ୍ମ ପୋଷ୍ଟର ଏବଂ ଭିଡିଓକୁ ନେଇ ବିବାଦ ଦେଖାଦେଇଛି। ଏହି ମାମଲାରେ ଏବେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ବିରୋଧରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ପୋଲିସ ମାମଲା ରୁଜୁ କରିଛି।

ଅପରାଧିକ ଷଡ଼ଯନ୍ତ୍ର, ଉଦ୍ଦେଶ୍ୟମୂଳକ ଭାବରେ ଧାର୍ମିକ ଭାବନାକୁ ଆଘାତ ଦେବା, ଶାନ୍ତି ଉଲ୍ଲଂଘନ କରିବା ଆଦି ଦଫାରେ ଉତ୍ତର ପ୍ରଦେଶ ପୋଲିସ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଲକ୍ଷ୍ନୌର ହଜରତଗଞ୍ଜରେ ଏହି ମାମଲା ପଞ୍ଜିକୃତ ହୋଇଥିବା ଏସିପି ଅଖିଳେଶ ସିଂ ଏଫ୍ଆଇଆର୍ କହିଛନ୍ତି।

ଏହାଛଡ଼ା ଦିଲ୍ଲୀ ପୋଲିସର ଆଇଏଫସସି ୟୁନିଟ୍ ମଧ୍ୟ ଆଇପିସିର ଧାରା ୧୫୩-ଏ ଏବଂ ୨୯୫-ଏ ଅନୁଯାୟୀ ଏକ ଏଫ୍ଆଇଆର୍ ରୁଜୁ କରିଛି।

ଲୀନା ମଣିମେକାଲାଇ ତାଙ୍କ ଡକ୍ଯୁମେଣ୍ଟାରି ଫିଲ୍ମ ‘କାଳୀ’ର ପୋଷ୍ଟରକୁ ଜୁଲାଇ ୨ରେ ଟ୍ବିଟରରେ ସେୟାର କରିଥିଲେ। ଏହା ଏକ ପରଫରମାନ୍ସ ଡକ୍ଯୁମେଣ୍ଟାରି ବୋଲି ଲୀନା କହିଛନ୍ତି। ଏହି ଡକ୍ଯୁମେଣ୍ଟାରି ପୋଷ୍ଟରରେ ମା’ କାଳୀ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳୁଛି ।

କାନାଡାରେ ଅବସ୍ଥାପିତ ଭାରତୀୟ ହାଇ କମିଶନ ମଧ୍ୟ ଏହି ପୋଷ୍ଟରକୁ ନେଇ ଆପତ୍ତି ଉଠାଇଛନ୍ତି। କାନାଡା ବ୍ୟତୀତ ଏହି ପୋଷ୍ଟରକୁ ଭାରତରେ ବିରୋଧ କରାଯାଇଛି।

କାନାଡାରେ ଭାରତୀୟ ହାଇ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଟରୋଣ୍ଟୋରେ ଆଗା ଖାନ୍ ସଂଗ୍ରହାଳୟର ‘ଟେଣ୍ଟ ପ୍ରୋଜେକ୍ଟର ଏକ ଫିଲ୍ମ ପୋଷ୍ଟରରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନଜନକ ଭାବେ ପ୍ରଦର୍ଶିତ କରାଯିବା ସମ୍ପର୍କରେ ଆମେ କାନାଡାର ହିନ୍ଦୁ ସମ୍ପ୍ରଦାୟର ନେତାଙ୍କଠାରୁ ଅଭିଯୋଗ ପାଇଛୁ । ”

ଟରୋଣ୍ଟୋରେ ଥିବା ଆମର କନସୁଲେଟ୍ ଜେନେରାଲ୍ ଆୟୋଜକମାନଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି | ଆମେ ମଧ୍ୟ ସୂଚନା ପାଇଛୁ ଯେ ଅନେକ ହିନ୍ଦୁ ଗୋଷ୍ଠୀ କାନାଡାର ପ୍ରଶାସନ ନିକଟକୁ ଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.