ଆମେରିକା: ଉତ୍ତର କାରୋଲିନାରେ ଗୁଳିକାଣ୍ଡ, ୫ ମୃତ

ଓ୍ୱାଶିଂଟନ: ଆମେରିକାର ଉତ୍ତର କାରୋଲିନାରେ ଜଣେ ଯୁବକଙ୍କ ଗୁଳି ମାଡ଼ରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି।

ଖବର ଅନୁଯାୟୀ ଏହି ଘଟଣା ଗୁରୁବାର ଉତ୍ତର କାରୋଲିନା ରାଜ୍ୟର ରାଲେ ସହରରେ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫ଟାରେ ଘଟିଥିଲା।

ଉତ୍ତର କାରୋଲିନା ମେୟର ମେରି ଆନ୍ ବଲଡୱିନ୍ କହିଛନ୍ତି ଯେ ଗୁଳିକାଣ୍ଡରେ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି ।

ମେୟର ଏହି ଘଟଣା ସମ୍ପର୍କରେ ଅଧିକ ବିବରଣୀ ଦେଇନାହାଁନ୍ତି, କିନ୍ତୁ ଆମେରିକାରେ ଏପରି ହିଂସାର ପାଗଳାମିକୁ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସନ୍ଦିଗ୍ଧ ଆକ୍ରମଣକାରୀ ଜଣେ ଶ୍ୱେତାଙ୍ଗ ଯୁବକ ବୋଲି କୁହାଯାଉଛି ଏବଂ ଏକ ଲମ୍ବା ବନ୍ଧୁକ ସହ ସେ ହାଠାତ ଲୋକଙ୍କ ଉପରେ ଗୁଳି ଚଳାଇଥିଲା। ଏହି ଘଟଣାରେ ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଗିରଫ କରାଯାଇ ନାହିଁ।

ବନ୍ଧୁକ ହିଂସା ଆମେରିକାରେ ଏକ ବଡ଼ ସମସ୍ୟା ହୋଇଆସିଛି । ତଥ୍ୟ ଅନୁଯାୟୀ କେବଳ ୨୦୨୨ରେ ହିଁ ବିଭିନ୍ନ ଗୁଳିକାଣ୍ଡ ଘଟଣାରେ ୩୪,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଆତ୍ମହତ୍ୟା କରିଛନ୍ତି ।

Comments are closed.