ଛତିଶଗଡ଼: ପାଞ୍ଚ ବର୍ଷର ଝିଅକୁ ଝୁଣି ମାରିଲେ ବୁଲା କୁକୁର

ରାୟପୁର: ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ବୁଲା କୁକୁରଙ୍କ ଆତଙ୍କ ଏପରି ବଢ଼ିଯାଇଛି ଯେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଛୋଟ ପିଲା ବୁଲା କୁକୁରଙ୍କ ବେଶି ଶିକାର ହେଉଛନ୍ତି । ନିକଟରେ ହାଇଦ୍ରାବାଦରେ ବୁଲା କୁକୁରଙ୍କ ଆକ୍ରମଣରେ ଏକ ପାଞ୍ଚ ବର୍ଷର ଛୋଟ ପିଲାର ମୃତ୍ୟୁ ହୋଇଥିଲା । ଏବେ ଛତିଶଗଡରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୁଲା କୁକୁର ଜଣେ ୫ ବର୍ଷର ଝିଅକୁ ଝୁଣି ମାରି ଦେଇଛନ୍ତି ।

ଛତିଶଗଡର କୋରିଆ ଜିଲ୍ଲାରେ ଶୁକ୍ରବାର କୁକୁର ଆକ୍ରମଣରେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି। ଏହି ଘଟଣା ବୈକୁଣ୍ଠପୁର ଗାଇଡାନ୍ସ ସ୍କୁଲ ରୋଡ ନିକଟରେ ଘଟିଛି। ପୋଲିସ ସୂଚନାନୁସାରେ, ସୁକାନ୍ତି ପ୍ରାୟ ସକାଳ ୬ଟାରେ ଶୌଚ ପାଇଁ ଯାଉଥିବାବେଳେ ବୁଲା କୁକୁର ହାବୁଡ଼ରେ ପଡ଼ିଯାଇଥିଲା । କୁକୁରମାନେ ତାକୁ ଝୁଣି ଦେଇଥିଲେ । ଗୁରୁତର ଆହତ ସୁକାନ୍ତିର ମୃତ୍ୟୁ ହୋଇଥିଲା।

Comments are closed.