ଭାରତରେ ପ୍ରଥମ, ଜମ୍ମୁ କାଶ୍ମୀରରେ ଲିଥିୟମ୍ ଭଣ୍ଡାର ଠାବ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ଲିଥିୟମ ମିଳିଛି । ଭାରତୀୟ ଭୂ ସର୍ବେକ୍ଷଣ (ଜିଏସ୍ଆଇ) ସଂସ୍ଥା ପ୍ରଥମ ଥର ଦିଲ୍ଲୀରୁ ୬୫୦ କିଲୋମିଟର ଉତ୍ତରରେ ଜମ୍ମୁ କାଶ୍ମୀରର ରେସି ଜିଲ୍ଲାର ସାଲାଲ-ହାଇମାନା ଅଞ୍ଚଳରେ ୫.୯ ନିୟୁତ ଟନ୍ ଲିଥିୟମ୍ ଭଣ୍ଡାର ଠାବ କରିଛି।

ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଲିଥିୟମ ଏବଂ ସୁନା ସହ ୫୧ଟି ଖଣି ବ୍ଲକ ରାଜ୍ୟ ସରକାର ମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ୫୧ଟି ଖଣିଜ ବ୍ଲକ ମଧ୍ୟରୁ ୫ଟି ବ୍ଲକ୍ ସୁନା ସହ ଜଡ଼ିତ | ୨୦୧୮-୧୯ ଫିଲ୍ଡ ସିଜନ୍ ପରଠାରୁ ହୋଇଥିବା କାର୍ଯ୍ୟ ଆଧାରରେ ଜିଏସ୍ଆଇ ଏହି ବ୍ଲକଗୁଡିକ ପ୍ରସ୍ତୁତ କରିଥିଲା ​​|

ଏହିସବୁ ଖଣିଜ ବ୍ଲକ୍ ବ୍ୟତୀତ ସମୁଦାୟ ୮୮୯୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କୋଇଲା ଏବଂ ଲିଗ୍ନାଇଟ୍ ସମ୍ବନ୍ଧୀୟ ୧୭ ରିପୋର୍ଟ ମଧ୍ୟ କୋଇଲା ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି। ଜିଏସ୍ଆଇ ଖଣିଜ ପଦାର୍ଥ ଉପରେ ୧୧୫ ଟି ପ୍ରକଳ୍ପ ଏବଂ ସାର ଖଣିଜ ପଦାର୍ଥ ଉପରେ ୧୬ଟି ପ୍ରକଳ୍ପ ତିଆରି କରିଛି।

ଲିଥିୟମ୍ କାହିଁକି ଗୁରୁତ୍ୱପୂର୍ଣ୍ଣ:

ଲିଥିୟମ୍ ହେଉଛି ଏକ ବିରଳ ଧାତୁ ଯାହା ଇଲେକ୍ଟ୍ରିକ୍ ଯାନ ପାଇଁ ବ୍ୟାଟେରୀ ତିଆରିରେ ଲାଗିଥାଏ । ଏ ଦୃଷ୍ଟିରୁ ଲିଥିୟମ୍ ଭଣ୍ଡାରର ଆବିଷ୍କାର ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ସମ୍ପ୍ରତି ଚାଇନା ଏବଂ ଅଷ୍ଟ୍ରେଲିଆ ବିଶ୍ୱରେ ଲିଥିୟମର ପ୍ରମୁଖ ସପ୍ଲାଏର |

Comments are closed.