ବିଜେପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ ଆଜି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମୋଙ୍ଗିଆ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହୋଇ ସେ ଦେଶସେବା କରିବାକୁ ଚାହୁଁଛନ୍ତି ବୋଲି ମୋଙ୍ଗିଆ କହିଛନ୍ତି ।

ଦୀନେଶ ମୋଙ୍ଗିଆ ୧୭ ସେପ୍ଟେମ୍ବର ୨୦୧୯ରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିଲେ। ମୋଙ୍ଗିଆ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ସ୍ପିନ୍ ବୋଲର ଥିଲେ।ମୋଙ୍ଗିଆ ୨୦୦୩ ବିଶ୍ୱକପ୍ ଦଳର ଏକ ଅଂଶ ଥିଲେ। ଦିନେଶ ମୋଙ୍ଗିଆ ପ୍ରାୟ ପାଞ୍ଚ ବର୍ଷ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ।
ମୋଙ୍ଗିଆ ତାଙ୍କ କ୍ୟାରିୟରରେ ୫୭ଟି ଦିନିକିଆ ଖେଳି ୧୨୩୦ ରନ୍ କରିଥିଲେ। ଏହା ବ୍ୟତୀତ ସେ ୧୪ ୱିକେଟ୍ ନେଇଥିଲେ।

Comments are closed.