ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ

ମୁମ୍ବାଇ:ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କୁ ରବିବାର ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାଠାରେ ବିନୋଦ କାମ୍ବଲି ନିଶାସକ୍ତ ହୋଇ କାର୍ ଚଳାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି।

ସୂଚନା ଅନୁଯାୟୀ, ୫୦ ବର୍ଷୀୟ ବିନୋଦ କାମ୍ବଲି ମଦ୍ୟପାନ କରି ଗାଡି ଚଳାଉଥିଲେ। ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେ ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରି ତାଙ୍କ କାରକୁ ଧକ୍କା ଦେଇଥିଲେ। ଏହା ପରେ ବାନ୍ଦ୍ରା ପୋଲିସ ଷ୍ଟେସନ ବିନୋଦ କାମ୍ବଲିଙ୍କୁ ଗିରଫ କରିଥିଲା।

ରିପୋର୍ଟ ଅନୁଯାୟୀ କାମ୍ବଲି ତାଙ୍କ ସୋସାଇଟି ଫାଟକକୁ ମଧ୍ୟ କାରରେ ଧକ୍କା ଦେଇ ଭାଙ୍ଗି ଦେଇଥିଲେ ।

କାମ୍ବଲି ଭାରତ ପାଇଁ ୧୦୭ଟି ଦିନିକିଆ ଖେଳିଥିବା ବେଳେ ୩୨ ହାରରେ ୨୪୭୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ଏବଂ ୧୪ ଅର୍ଦ୍ଧଶତକ ରହିଛି | ସେ ୧୭ଟି ଟେଷ୍ଟ ମ୍ୟାଚରେ ୪ଟି ଶତକ ସହିତ ୫୪ ଆଭରେଜରେ ୧୦୮୪ ରନ୍ କରିଛନ୍ତି।

ଘରୋଇ କ୍ରିକେଟରେ କାମ୍ବଲି ୧୨୯ ପ୍ରଥମ ଶ୍ରେଣୀ ମ୍ୟାଚରେ ୫୯.୬୭ ଆଭରେଜ୍ ସହ ୯୯୬୫ ରନ୍ ସଂଗ୍ରହ କରିଛନ୍ତି | ଘରୋଇ କ୍ରିକେଟରେ ବିନୋଦ କାମ୍ବଲିଙ୍କ ନାମରେ ୩୪ ଶତକ ରହିଛି। କାମ୍ବଲି ଶେଷ ଥର ପାଇଁ ୨୯ ଅକ୍ଟୋବର ୨୦୦୦ରେ ଭାରତ ପାଇଁ ଖେଳିଥିଲେ।

Comments are closed.