ଆଇସିସି ଏଲିଟ୍ ପ୍ୟାନେଲର ପୂର୍ବତନ ଅମ୍ପାୟର ରୁଡି କୋଏର୍ଜନଙ୍କ ପରଲୋକ

ଜୋହାନ୍ସବର୍ଗ: ଆଇସିସି ଏଲିଟ୍ ପ୍ୟାନେଲର ଅଂଶବିଶେଷ ଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅମ୍ପାୟର ରୁଡି କୋଏର୍ଜନଙ୍କ କାର୍ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କୋଏର୍ଜନଙ୍କ ପୁଅ ରୁଡି କୋଏର୍ଜନ ଜୁନିୟର ଏହି ଦୁଃଖଦ ସୂଚନା ଦେଇଛନ୍ତି ।

୨୦୦୨ ରୁ ରୁଡି କୋଏର୍ଜନ ୮ ବର୍ଷ ଧରି ଆଇସିସିର ଏଲିଟ୍ ପ୍ୟାନେଲ୍ ଅମ୍ପାୟର ଥିଲେ । ସେ ୩୩୧ଟି ଆନ୍ତର୍ଜାତୀୟ ମ୍ୟାଚ୍ ରେ ଅମ୍ପାୟରିଂ କରିଥିଲେ, ଯାହା ଏକ ରେକର୍ଡ ଥିଲା । କୋଏର୍ଜନଙ୍କ ଏହି ରେକର୍ଡ ପାକିସ୍ତାନର ଆଲିମ୍ ଦାର୍ ଭାଙ୍ଗିଥିଲେ। ୧୦୦ରୁ ଅଧିକ ଟେଷ୍ଟରେ ଅମ୍ପାୟରିଂ ଦାୟିତ୍ବ ତୁଲାଇବାରେ ବିଶ୍ବର ତିନିଜଣ ଅମ୍ପାୟାରଙ୍କ ମଧ୍ୟରୁ କୋଏର୍ଜନ ଥିଲେ ଅନ୍ୟତମ । ଏହି କ୍ଲବର ଅନ୍ୟ ଦୁଇ ଅମ୍ପାୟାର ହେଉଛନ୍ତି ଦାର୍ ଏବଂ ୱେଷ୍ଟଇଣ୍ଡିଜର ଷ୍ଟିଭ୍ ବକନର୍ । ରୁଡ଼ି କୋଏର୍ଜନ ୨୦୧୦ର ଅବସର ଗ୍ରହଣ କରିଥିଲେ ।

Comments are closed.