ଫୋନ୍ ଟ୍ୟାପିଂ ମାମଲା:ଏନ୍ଏସ୍ଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି। କୋର୍ଟରୁ ଇଡିଙ୍କୁ ଚାରି ଦିନର ରିମାଣ୍ଡ ମଧ୍ୟ ଦିଆଯାଇଛି। ଏହାପୂର୍ବରୁ ଇଡି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେ, ଚିତ୍ରା ରାମକୃଷ୍ଣ ଏବଂ ରବି ନାରାୟଣଙ୍କ ବିରୋଧରେ ବେଆଇନ ଫୋନ୍ ଟ୍ୟାପ୍ ମାମଲା ଏବଂ ଷ୍ଟକ୍ ଏକ୍ସଚେଞ୍ଜ କର୍ମଚାରୀଙ୍କ ଉପରେ ଜାସୁସି ଅଭିଯୋଗରେ ମାମଲା ରୁଜୁ କରିଥିଲା ।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରି (ପିଏମ୍ଏଲ୍ଏ) ଆକ୍ଟ, ୨୦୦୨ ର ଅପରାଧିକ ବିଭାଗ ଅଧୀନରେ ଇଡି ମାମଲା ରୁଜୁ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ବୁକ୍ ହେବାର ଏକ ସପ୍ତାହ ପରେ ଇଡି ଚିତ୍ରା ରାମକୃଷ୍ଣ, ରବି ନାରାୟଣ ଏବଂ ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ନିକଟରେ ରୁଜୁ ହୋଇଥିବା ଏଫ୍ଆଇଆର୍ ରେ ସିବିଆଇ ଅଭିଯୋଗ କରିଥିଲା ଯେ ରବି ନାରାୟଣ ଏବଂ ଚିତ୍ରା ରାମକୃଷ୍ଣ ଷ୍ଟକ୍ ମାର୍କେଟ କର୍ମଚାରୀଙ୍କ ଫୋନ୍ କଲ୍ ବେଆଇନ ଭାବେ ଟ୍ୟାପିଂ କରୁଥିଲେ। ଏଥିପାଇଁ ସେମାନେ ମୁମ୍ବାଇର ଅବସରପ୍ରାପ୍ତ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ଦ୍ବାରା ସ୍ଥାପିତ ଏକ କମ୍ପାନୀ iSEC ସର୍ଭିସେସ୍ ପିଭି ଲିମିଟେଡର ସହାୟତା ନେଉଥିଲେ ।

Comments are closed.