ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ

ଦୁବାଇ:ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶାରଫଙ୍କ ଦୁବାଇର ଏକ ହସ୍ପିଟାଲରେ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

ମୁଶାରଫ ୧୯୯୯ରେ ପାକିସ୍ତାନର ଗଣତାନ୍ତ୍ରିକ ସରକାର ବିରୋଧରେ ସାମରିକ ବିଦ୍ରୋହ ପୂର୍ବକ କ୍ଷମତା ଦଖଲ କରି ପାକିସ୍ତାନର ଦଶମ ରାଷ୍ଟ୍ରପତି ହୋଇଥିଲେ। ସେ ୨୦୦୭ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ ।

ମୁଶାରଫ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ପାକିସ୍ତାନ ସେନା ମୁଖ୍ୟ ରହିଥିଲେ । ୧୯୯୯ରେ କାରଗିଲ ଯୁଦ୍ଧର ଷଡ଼ଯନ୍ତ୍ରକାରୀ ଥିଲେ ମୁଶାରଫ ।

Comments are closed.